Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ୪ ଜଣଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏଥିପାଇଁ ୪ ଜଣଙ୍କର ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରାଯାଇଛି ।

ଜୁଡିସିଆଲ୍ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ହେବେ ଓଡ଼ିଶା ହାଇକୋର୍ଟରେ ବିଚାରପତି । ସେହିପରି ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ସୁପ୍ରିମକୋର୍ଟ କଲେଜିୟମ୍ ନାଁ ସୁପାରିଶ କରିଥିବା ଦୁଇ ଆଡଭୋକେଟ୍ ହେଲେ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ । ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୩ ଜଣ ବିଚାରପତି ଅଛନ୍ତି ।

Leave A Reply

Your email address will not be published.