Latest Odisha News

ସାବଧାନ ! ବଳପୂର୍ବକ ଚାନ୍ଦା ମାଗିଲେ ପୋଲିସ ନେବ ଆକ୍ସନ

କଟକ: ପାର୍ବଣ ସିଜିନ୍ ଆରମ୍ଭ ହୋଇଛି । ଆଗକୁ ଆସୁଛି ଦଶହରା । ଏହି ସମୟରେ କେହି ଚାନ୍ଦା ମାଗୁଥିଲେ ସତର୍କ ଓ ସାବଧାନ ହୋଇ ଯାଆନ୍ତୁ । ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଚେତେଇ ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ ଜନସାଧାରଣଙ୍କୁ ସେ ଅପିଲ୍ କରିଛନ୍ତି ।

କେହି ଜୋରଜବରଦସ୍ତି ଚାନ୍ଦା ମାଗୁଥିଲା ସୂଚନା ଦେବାକୁ କହିଛନ୍ତି କଟକ ଡିସିପି । ଚାନ୍ଦା ମାଗୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସୂଚନାକାରୀଙ୍କ ନାଁ ଗୋପନ ରଖାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି । ପାର୍ବଣ ଆସିଲେ ବିଭିନ୍ନ ସ୍ଥାନରେ ଲୋକଙ୍କଠାରୁ ଜୋର ଜବରଦସ୍ତି ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ହୋଇଥାଏ ।

Leave A Reply

Your email address will not be published.