Latest Odisha News

BREAKING NEWS

୪ ଓଡ଼ିଆଙ୍କୁ ସି ଭି ରମଣ ପୁରସ୍କାର

ଭୁବନେଶ୍ବର:୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା ହୋଇଛି । ତେବେ ୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର ।

ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଅଶୋକ ଦାସ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭୁବନେଶ୍ୱର ଏମସ ର ପ୍ରଫେସର ତୁଷାର ସୁଭଦର୍ଶନ ମିଶ୍ର , ଇଂନିଜିୟରିଂ ଶିକ୍ଷା କ୍ଷେତ୍ରରେ ୱାରାଙ୍ଗଲ ସ୍ଥିତ ଏନ. ଆଇ.ଟି ର ସହକାରୀ ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ଯୁବ ବିଜ୍ଞାନୀ ପୁରସ୍କାର ଓ ପଶ୍ଚିମବଙ୍ଗର ଏମସ କଲ୍ୟାଣୀରୁ ପ୍ରଥମ ବର୍ଷର ଛାତ୍ର ଅରବିନ୍ଦ ସାହୁ ସି ଭି ରମଣ ଛାତ୍ର ପ୍ରତିଭା ସମ୍ମାନ ପାଇବେ ।

ଆସନ୍ତା ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ।

Leave A Reply

Your email address will not be published.