Latest Odisha News

ବ୍ରହ୍ମପୁରରେ ଭୟଙ୍କର ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର, ୫ ମୃତ

ଗଞ୍ଜାମ: ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ସମରଝୋଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘରୋଇ ବସଟି ଭଞ୍ଜନଗର ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ସକାଳ ସମୟରେ ଟ୍ୟାଙ୍କରଟି ଟ୍ରକକୁ ଓଭରଟେକ୍‌ କରିବାକୁ ଯାଇ ବସ୍‌କୁ ପିଟିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ରାସ୍ତାକଡ଼ ଚା’ ଦୋକାନକୁ ମାଡ଼ିଗଲା ବସ୍। ଫଳରେ ଘଟଣାସ୍ଥଳରେ ଚା’ ପିଉଥିବା ବେଳେ ୩ ଜଣଙ୍କ ଉପରେ ମାଡ଼ିଗଲା ବସ୍।

ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨ଜଣ ମୃତକ ବସ୍‌ର ଯାତ୍ରୀ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତେ ଏମ୍‌କେସିଜିରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.