Latest Odisha News

BREAKING NEWS

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମଧ୍ୟପ୍ରଦେଶରୁ ନେଲଣି ୪ ଜୀବନ

ଭୋପାଳ: କରୋନା ସେକେଣ୍ଡ ଓ୍ୱେଭ୍ ସରି ସରି ଆସୁଥିବା ବେଳେ ଡେଲଟା ଭାରିଆଣ୍ଟ ଟେନସନ୍ ସରିନି । ଚିନ୍ତା ବଢ଼ାଇଲାଣି ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟ । ମଧ୍ୟପ୍ରଦେଶ ଶିବପୁରୀରେ ଡେଲଟ୍ ପ୍ଲସ୍ ଭାରିଆଣ୍ଟ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସାମ୍ପୁଲ ଜିନୋମ୍ ସିକୁଏନ୍ସିଂ ପାଇଁ ପଠାଯାଇଥିଲା ।

ସବୁଠୁ ବଡ଼ କଥା ହେଲା ମୃତ ୪ ଜଣ ବ୍ୟକ୍ତି କରୋନା ଟିକାର ଦୁଇଟିଯାକ ଡୋଜ୍ ନେଇଥିଲେ । ଏବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ସମସ୍ତେ ସୁସ୍ଥ ଥିବାରୁ କାହାର ସାମ୍ପୁଲ ନିଆଯାଇ ନାହିଁ । ପୂର୍ବରୁ ଭୋପାଳରେ ଜୁନ ୧୬ ତାରିଖରେ ଜଣେ ୬୧ ବର୍ଷୀୟ ମହିଳାଙ୍କ ପାଖରୁ ଡେଲଟା ପ୍ଲସ ଭାରିଆଣ୍ଟ ଠାବ ହୋଇଥିଲା ।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ୬ ଜିଲ୍ଲାରୁ ୨୨ଟି ଡେଲଟା ପ୍ଲସ ଭାରିଆଣ୍ଟି କେସ୍ ଚିହ୍ନଟ ହୋଇଥିବା କହିଥିଲା । ଏଥିରୁ ୧୬ଟି ମହାରାଷ୍ଟ୍ରର ଜଲଗାଁଓ ଓ ରତ୍ନଗିରିରୁ ଚିହ୍ନଟ ହୋଇଥିବା ବେଳେ ବାକି ୬ଟି କେସ୍ କେରଳ ଓ ମଧ୍ୟପ୍ରଦେଶରୁ ମିଳିଛି । ତେବେ ଡେଲଟା ପ୍ଲସ୍ କେତେ ସଂକ୍ରାମକ ତାହା ଏଯାଏ ସ୍ପଷ୍ଟ ହୋଇନି । କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ଏହା ଅଧିକ ସଂକ୍ରାମତ ହୋଇପାରେ ।

ଏପରିକି ରୋଗ ପ୍ରତିରୋଧକ ଶକ୍ତିକୁ (ଆଣ୍ଟିବଡି) କାଟିବାର ସାମର୍ଥ୍ୟ ରଖି ଥାଇପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । କୁହାଯାଉଛି ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ମାରାତ୍ମକ ହେବ । କାରଣ ତିନି ଦିନ ମଧ୍ୟରେ ଏହା ଗଳାରୁ ଫୁସଫୁସରେ ପହଞ୍ଚିଯାଉଛି । ସାଧାରଣ ଭୂତାଣୁ ଗଳାରୁ ଫୁସଫୁସରେ ପହଞ୍ଚିବା ପାଇଁ ସାତ ଦିନ ଲାଗେ ।

Comments are closed.