Latest Odisha News

କୋଚି ବିଶ୍ୱବିଦ୍ୟାଳୟରେ ଦଳାଚକଟା, ଚାରି ଛାତ୍ରଛାତ୍ରୀ ମୃତ,୪୬ ଆହତ

କୋଚି: କୋଚି ବିଶ୍ୱ ବିଦ୍ୟାଳୟରେ ଦଳାଚକଟା ଘଟି ଚାରି ଜଣଙ୍କ ମୃତ୍ୟୁ ହୋଇଛି । କାଲାମାସେରି କ୍ୟାମ୍ପସରେ ଏକ ଇଭେଣ୍ଟ ଚାଲିଥିବା ସମୟରେ ଏହି ଦଳାଚକଟା ହୋଇଥିଲା । ଫଳରେ କୋଚି ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଚାରି ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଆଉ ୪୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଷ୍ଟର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ୪୬ ଜଣ ଆହତଙ୍କୁ କାଲାମସେରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ସନ୍ଧ୍ୟାରେ କ୍ୟାମ୍ପସରେ ଥିବା ଖୋଲା ସ୍ଥାନରେ ଏକ ଇଭେଣ୍ଟର ଆୟୋଜନ କରାଯାଇଥିଲା । ହଠାତ୍ ବର୍ଷା ହେବାରୁ ଛାତ୍ରମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ସମୟରେ କିଛି ଛାତ୍ର ତଳେ ପଡ଼ିଯିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ଚାରି ଜଣଙ୍କ ମଧ୍ୟରେ ଦୁଇ ଛାତ୍ର ଥିବାବେଳେ ଦୁଇ ଛାତ୍ରୀ ଅଛନ୍ତିି । ଏହା ସହିତ ୪୮ ଆହତ ହୋଇଛନ୍ତି ।

Comments are closed.