Latest Odisha News

BREAKING NEWS

ଅନନ୍ତନାଗ ଏନକାଉଣ୍ଟରରେ ୪ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ଇଣ୍ଟରନେଟ ସେବା ।

ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଅପରେସନ୍ ଆରମ୍ଭ କରିଥିଲେ ପୋଲିସ, ସେନା ଓ ସିଆରପିଏଫ୍ । ତଲାସୀ ଅଭିଯାନ ଓ ଘେରାବନ୍ଦୀ ଦେଖି ସୁରକ୍ଷାବାହିନୀ ଉପରକୁ ପ୍ରଥମେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ପାଲଟା ଜବାବରେ ଚାରି ଆତଙ୍କୀ ନିପାତ ହୋଇଛନ୍ତି ।

Leave A Reply

Your email address will not be published.