Latest Odisha News

BREAKING NEWS

ରାଜଧାନୀରେ ବନ୍ଧୁକ ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ମୁନରେ ଅପହରଣ  । ଘରୋଇ ଆପାର୍ଟମେଂଟର ସିକୁରୁଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଉଠାଇ ନେଲେ ଦୁବୃର୍ତ । ସକାଳ ୬ଟା ସମୟରେ ଡ୍ୟୁଟି ବଦଳ ହେଉଥିବା ସମୟରେ ସିକୁରିଟି ସୁପରଭାଇଜରଙ୍କୁ ଆଖିରେ ଲଙ୍କାଗୁଣ୍ଡ ପକାଇ ମାରଣାସ୍ତ୍ର ଦେଖାଇ, ମାଡ ମାରି ଦୁବୃର୍ତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ୍ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜର କୈବଲ୍ୟ ପଟ୍ଟନାୟକଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ମୁତାବକ ଆଜି ଭୋର ସାଢେ ୬ଟା ବେଳେ ୩ ଜଣ ଦୁର୍ବୃତ୍ତ କୈବଲ୍ୟ ପଟ୍ଟନାୟକଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ।  ଅପହରଣ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି।

କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କଲେ ତା’ର କାରଣ ଜଣାପଡ଼ିନି। ସିସିଟିଭି ଫୁଟେଜ ଜବତ କରି ଏୟାରଫିଲ୍ଡ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି ।

Leave A Reply

Your email address will not be published.