Latest Odisha News

BREAKING NEWS

୪ଗୋରୁ ବୋଝେଇ ଟ୍ରକ ଜବତ;୩ ଗିରଫ,ଜଣେ ଫେରାର

ମୟୂରଭଞ୍ଜ:  ପାଟ୍ରୋଲିଂ ସମୟରେ ୪ଟି ଗୋରୁ ବୋଝେଇ ଟ୍ରକ ଜବତ କରିବା ସହିତ ୧୦୫ ଗୋରୁ ଉଦ୍ଧାର କରିଛି ମୟୂରଭଞ୍ଜ ପୋଲିସ ।

ସୂଚନା ଅନୁଯାୟୀ,ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାରଗିଲ ଛକ, ପଢ଼ିଆ, କୁସୁମୀ, ଭଗାବନ୍ଧି ପ୍ରଭୃତି ଅଞ୍ଚଳରୁ ୪ଟି ଟ୍ରକ୍ ଜବତ କରିବା ସହିତ ୩ ଜଣ ଚାଳକଙ୍କୁ ପୋଲିସ ଗିରଫ କରିଥିବାବେଳେ ଜଣେ ଚାଳକ ଫେରାର ଥିବା ସୂଚନା ରହିଛି ।

ଟ୍ରକ୍‌ରେ ଥିବା ୧୦୫ଟି ଗୋରୁକୁ ଉଦ୍ଧାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ଟି ଗୋରୁକୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ୩ ଟି ମୃତ ଗୋରୁକୁ ହାଟବାଦଡା ନିକଟରେ ପୋତି ଦିଆଯାଇଛି।

ଜବତ ଟ୍ରକ୍ ଗୁଡ଼ିକ ଅନୁଗୁଳ ଜିଲ୍ଳା ପାଲଲହଡ଼ା ଅଞ୍ଚଳରୁ ହାଟବାଦଡା ସାପ୍ତାହିକ ହାଟକୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ଧରିବାରେ ସଫଳ ହୋଇଛି।

ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏବଂ ବାଦାମପାହାଡ଼ ଥାନାରେ କେସ ନଂ ୫୧/୨୪, ୫୨/୨୫, ୫୩/୨୫ ଓ ୬୧/୨୫ରେ ୪ ଭିନ୍ନଭିନ୍ନ ମାମଲା ରୁଜୁ ହୋଇଛି।

ଗୋରୁ ଟ୍ରକ୍ ଜବତ ସମୟରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ଆଇଆଇସି କେ. କେ ହେମ୍ବ୍ରମ୍, ଫାଣ୍ଡି ଅଧିକାରୀ ପଞ୍ଚାନନ ମହାନ୍ତି, ରଘୁନାଥ ଦେହୁରୀ, ଏସଆଇ ସୁନାରାମ୍ ଦେହୁରୀ, ସନ୍ତୋଷ କୁମାର ସୋରେନ୍‌ଙ୍କ ସମେତ ଟାଉନ୍ ଥାନା ପୁଲିସ, ବାଦାମପାହାଡ଼ ଥାନା ପୁଲିସ, ହାଟବାଦଡ଼ା ଫାଣ୍ଡି, ଗ୍ରାମାଞ୍ଚଳ ଥାନା ପୁଲିସ ସାମିଲ ଥିଲେ।

Comments are closed.