Latest Odisha News

BREAKING NEWS

ଅଙ୍ଗନବାଡ଼ିରେ ପଶିଲା ଶିଆଳ, ୧୨ ଆହତ

ବାଲେଶ୍ଵର: ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ ଗୋଡ଼େଇ କାମୁଡ଼ିଲା ଶିଆଳ । ଶିଆଳ କାମୁଡିବାରୁ ୧୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋର ଡାଲଙ୍ଗ ଗାଁରେ ଘଟିଛି ଏହି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ଅଙ୍ଗନବାଡି କେନ୍ଦ୍ରରେ ଅଚାନକ ପଶିଥିଲା ଶିଆଳ । ହତା ଭିତରକୁ ଆସି ପିଲାମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା ଶିଆଳ । ପିଲାମାନଙ୍କର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଗାଁ ଲୋକ । ଘଉଡାଇବା ବେଳେ ଗ୍ରାମବାସୀଙ୍କୁ ମଧ୍ୟ ଗୋଡ଼େଇ ଗୋଡ଼େଇ କାମୁଡିଥିଲା ରକ୍ତମୁଖା ଶିଆଳ । ପରେ ଗ୍ରାମବାସୀ ଶିଆଳଟିକୁ କାବୁ କରିଥିଲେ। ଆହତଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଅଙ୍ଗନବାଡି ଶିଶୁ, ୨ ମହିଳା ଓ ଛାତ୍ର । ଆହତ ଗ୍ରାମବାସୀ ଓ ଶିଶୁଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.