Latest Odisha News

BREAKING NEWS

ସାଇମୁନ୍-୨୦୨୩ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଇଛନ୍ତି ୧୦ଟି ଦେଶର ଛାତ୍ରଛାତ୍ରୀ

ଭୁବନେଶ୍ୱର: ‘ବସୁଧୈବ କୁଟୁମ୍ବକମ୍’ ବାର୍ତ୍ତା ନେଇ ଆରମ୍ଭ ହୋଇଛି ସାଇମୁନର ଏକାଦଶ ସଂସ୍କରଣ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଦ୍ୱାରା ଆୟୋଜିତ ୨ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନସ୍ (ସାଇମୁନ୍)ର ଯୁବ ସମାବେଶରେ ବିଶ୍ୱର ପ୍ରମୁଖ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା କରାଯାଉଛି ।

ଏଥିରେ ବିଶ୍ୱର ୧୦ଟି ଦେଶରୁ ୮୦୦ରୁ ଅଧିକ ଆନ୍ତର୍ଜାତୀୟ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ବିଜୟ ଇନଡୋର ଷ୍ଟାଡିୟମର ଲୋକାର୍ପଣ କରିଥିଲେ । ଛାତ୍ରଛାତ୍ରୀ ନେତୃତ୍ୱ ନେବା, ଆପୋଷ ଆଲୋଚନା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି ଆଦି ଆଲୋଚନା କରିଛନ୍ତି ଛାତ୍ରଛାତ୍ରୀ । କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଉଗାଣ୍ଡା, ସାଉଦି ଆରବ, ସିରିଆ, ଭୁଟାନ, କେନିୟା, ଇଶ୍ୱାନିଟି, ଇଥୋପିଆ, ମାଲି ଆଦି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।

Students Of 10 Nations Participated In SAIMUN 2023, Talk Over Vasudhaiva Kutumbakam

ସାରା ବିଶ୍ୱ ଗୋଟିଏ ପରିବାର ଶୀର୍ଷକ ପ୍ରସଙ୍ଗରେ ୧୦ଟି ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ୧୦ଟି କମିଟି ଚର୍ଚ୍ଚା କରିଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ ଘଟୁଥିବା ସମସ୍ୟାର ସରଳ ସମାଧାନ ଉପାୟ ନେଇ ଏକ ପୁସ୍ତିକା ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି ।

ଶିକ୍ଷା ସହ କ୍ରୀଡ଼ାକୁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ ଗୁରୁତ୍ୱ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବିଜୟ ଇଣ୍ଡୋର ଷ୍ଟାଡିୟମରେ ୬ଟି ଟେବୁଲ୍ ଟେନିସ୍ କୋର୍ଟ, ୬ଟି ବ୍ୟାଡମିଣ୍ଟନ କୋର୍ଟ, ୩ଟି ବାସ୍କେଟବଲ୍ କୋର୍ଟ ରହିଛି ।

ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ସିନିୟର୍ ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ୍ ସ୍କୁଲର ହେଡମାଷ୍ଟର ଅମିତାଭ୍ ଅଗ୍ନିହୋତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.