ନୂଆଦିଲ୍ଲୀ: ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ। ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପଠାଇଲା ଭାରତ । କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସିବାକୁ ମନା କରିବା ପରେ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବା ପାଇଁ ଇମାନୁଏଲ ମାକ୍ରନଙ୍କୁ ନିମନ୍ତ୍ରଣ ପଠାଯାଇଛି । ଷଷ୍ଠ ଥର ଫ୍ରାନ୍ସ ରାଷ୍ଟ୍ରପତି ଭାରତର ଗଣତନ୍ତ୍ର ଦିବସ ପରେଡରେ ଯୋଗଦେବେ।ମାତ୍ର ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।
୧୯୭୬ ମସିହା ପରଠାରୁ ଭାରତ ୫ଥର ଗଣତନ୍ତ୍ର ଦିବସରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟ ଅତିଥି ଭାବରେ ଫ୍ରାନ୍ସର ବଷ୍ଟିଲ୍ ଡେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ଏହି ପରେଡରେ ଅଂଶଗ୍ରହଣ କରିଥିବା ସେ ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଏହା କାର୍ଯ୍ୟକ୍ରମରେ ଭାରତର ରାଫେଲ ଉଡାଣ ଭରିଥିଲା ।୨୬୯ ସୈନ୍ୟ ପରେଡରେ ଅଂଶଗ୍ରହଣ କରିଥିଲେ।
ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ କହିଛନ୍ତି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଇଡେନଙ୍କୁ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ। ମାତ୍ର ଡିସେମ୍ବର ୧୨ ତାରିଖରେ ଖବର ଆସିଥିଲା ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ଗଣତନ୍ତ୍ର ଦିବସରେ ଭାରତ ଆସି ପାରିବେ ନାହିଁ। ଜାନୁଆରୀ ୨୬ରେ ତାଙ୍କର କାର୍ଯ୍ୟସୂଚୀରେ ଅନେକ କାର୍ଯ୍ୟକ୍ରମ ରହିଛି ।
Comments are closed.