Latest Odisha News

BREAKING NEWS

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରି ୨ ଗିରଫ

ପ୍ୟାରିସ୍: ଦକ୍ଷିଣ ପୂର୍ବ ଫ୍ରାନ୍ସର ଡ୍ରମ ଅଞ୍ଚଳରେ କେହି ବ୍ୟକ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କୁ ଚାପୁଡ଼ା ମାରିଛନ୍ତି।

ବିଏଫଏମଟିଭି ଏବଂ ଆରଏମସି ରେଡିଓ ଅନୁଯାୟୀ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଗିରଫ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଉଛି।

ସୂଚନା ଅନୁଯାୟୀ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଦକ୍ଷିଣ-ପୂର୍ବ ଫ୍ରାନ୍ସର ଡ୍ରମ ଅଞ୍ଚଳ ଗସ୍ତରେ ଥିବାବେଳେ ଏହି ଅଘଟଣ ଘଟିଥିଲା। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଭିଡିଓରେ, ବ୍ୟକ୍ତି ଜଣକ ‘ଡାଉନ୍ ଓ୍ବିଥ୍ ମାକ୍ରୋନିୟନ୍ସ’ କହୁଥିବାର ଶୁଣାଯାଉଛି। ଏହା ପରେ ସେ ମାକ୍ରୋନ୍ ଙ୍କ ମୁହଁରେ ଚାପୁଡ଼ା ମାରୁଥିବା ନଜର ଆସିଛି।

Comments are closed.