Latest Odisha News

BREAKING NEWS

ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇବାରୁ ଫ୍ରାନ୍ସରେ ଶିକ୍ଷକଙ୍କୁ ହତ୍ୟା

ପ୍ୟାରିସ: ଫ୍ରାନ୍ସରେ ଜଣେ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇଥିଲେ । ଅପରାହ୍ନ ୫ଟାରେ ସ୍କୁଲ୍ ବାହାରେ କୋନଫ୍ଲାନ୍ସ ସେଣ୍ଟ ହୋନୋରାଇନରେ ଶିକ୍ଷକ ଜଣଙ୍କ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଶିକ୍ଷକଙ୍କ ମୁଣ୍ଡ କାଟିଦେଇଛନ୍ତି  । ମୃତକଙ୍କ ଜଣଙ୍କ ଇତିହାସ ଶିକ୍ଷକ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସନ୍ଦିଗ୍ଧକୁ ଏନକାଉଣ୍ଟର କରିଥିଲା । ପରେ ସନ୍ଦିଗ୍ଧର ମୃତ୍ୟୁ ଘଟିଛି ।

ମୃତ୍ୟୁ ପୂର୍ବରୁ ଏହି ସ୍କୁଲ ଶିକ୍ଷକଙ୍କୁ ଧମକ ଦିଆଯାଉଥିଲା । ଅଭିଭାବକ ମାନେ ମଧ୍ୟ ଶିକ୍ଷକଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।  ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସେ କହିଛନ୍ତି । ଘଟଣାର ତଦନ୍ତ ପରେ ଏବେ ସୁଦ୍ଧା ୪ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

Leave A Reply

Your email address will not be published.