Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଉଠାଇନେଲା ପୋଲିସ । ଦାଦାବଟି ନେଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସର ଆଂଟି ଏକ୍ସଟର୍ସନ ୱିଙ୍ଗ ରାଜାଙ୍କୁ ଗିରଫ କରିଛି । ପ୍ରାଥମିକ ପର୍ଯ୍ୟାୟରେ ରାଜା ଆଚାର୍ଯ୍ୟଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି ।

ଅଭିଯୋଗ ଅନୁସାରେ ରାଜା ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ । ପ୍ରତିମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏଥିସହ ପୋଲିସ କମିଶନର କହିଛନ୍ତି ଯେ, ଯିଏ ବି ଦାଦାବଟି ଆଦାୟ କରୁଥିବ ତା ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି କାହାକୁ ବି ଛଡାଯିବନି ବୋଲି ପୋଲିସ କମିଶନର କହିଛନ୍ତି ।

Leave A Reply

Your email address will not be published.