ଭୁବନେଶ୍ଵର: ଏଡିଜେ-୨ କୋର୍ଟଙ୍କ ଜାମିନ ଖାରଜ ପରେ ଏବେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ଦମ୍ପତ୍ତି ହଂସିତା-ଅନୀଲ୍ । ଇନ୍ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ ହଂସିତା-ଅନୀଲ୍। ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଜାନୁଆରୀ ୧୮ ତାରିଖରେ ଜାମିନ ଖାରଜ କରିଥିଲେ ।
ସୂଚନା ଅନୁସାରେ, ଗତ ଜାନୁଆରୀ ୧୮ ତାରିଖରେ ଉଭୟ ହଂସିତା-ଅନୀଲ୍ଙ୍କ ଶୁଣାଣି ଏଡିଜେ-୨ କୋର୍ଟରେ ହୋଇଥିଲା । ମାତ୍ର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ସେପଟେ ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ-୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ।
ସେପଟେ ଠକ ଦମ୍ପତ୍ତିଙ୍କ ପିଛା ଛାଡୁନି ଆୟକର ବିଭାଗ । ଚନ୍ଦ୍ରଶେଖରପୁରରେ ଅନୀଲ୍ଙ୍କ ଜନ୍ମଦିନ ପାର୍ଟି ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଥିଲା ଏବଂ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାର୍ଟିରେ ଖର୍ଚ୍ଚ କରିବାକୁ ସେମାନେ ଏତେ ଟଙ୍କା କେଉଁଠୁ ପାଇଲେ, ତାର ହିସାବନିକାସ କରୁଛି ଆୟକର ବିଭାଗ। ଏହି ଦୁଇ ଠକଙ୍କୁ ଜେଲ୍ରେ ଜେରା କରିବା ପାଇଁ ଆୟକର ବିଭାଗ ତରଫରୁ ସେସନ୍ସ୍ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହି ଆବେଦନର ଶୁଣାଣି କରି ସେମାନଙ୍କୁ ଗୋଟିଏ ଦିନ ଜେରା କରିବାକୁ ଅନୁମତି ଦେଇଥିଲେ । କୋର୍ଟ ଅନୁମତି ପରେ ଆୟକର ବିଭାଗର ୧୨ଜଣିଆ ସ୍କ୍ବାଡ୍ ଝାରପଡ଼ା ଜେଲ୍କୁ ଯାଇ ଠକ ଯୋଡ଼ିଙ୍କୁ ଜେରା କରିଥିଲା । ପ୍ରଥମେ ଅଲଗା ଅଲଗା ଓ ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲା ଆୟକର ବିଭାଗ ।
Comments are closed.