Latest Odisha News

ପ୍ରପୋଜ ଡେ: ମନର କଥା କହିପାରୁନଥିଲେ ଏମିତି କରନ୍ତୁ ସାଥୀକୁ ପ୍ରପୋଜ୍

ଭୁବନେଶ୍ଵର: ବର୍ଷକର ଅପେକ୍ଷା ପରେ ପୁଣି ଆସିଛି ପ୍ରେମୀ ଯୁଗଳଙ୍କରଚ ପ୍ରିୟ ମାସ । ଯାହାକୁ ଅଧିକାଂଶ ଲୋକେ ପ୍ରେମ ଋତୁ ବୋଲି କହିଥାନ୍ତି । ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେବାକୁ ଥିବାବେଳେ ଗତକାଲି ଠାରୁ (ଫେବୃଆରୀ ୭) ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନରେ ସରିଛି ଗୋଲାପ ଦିଆନିଆ ଅର୍ଥାତ୍ ରୋଜ୍ ଡେ। ଆଉ ତା’ପରେ ନିଜର ସାଥୀକୁ ପ୍ରେମ ନିବେଦନ କରିବା ପାଇଁ ଆଜି ପାଳନ ହେଉଛି ପ୍ରପୋଜ ଡେ ।

ପ୍ରେମ କରିବା ବହୁତ ସହଜ ଲାଗେ କିନ୍ତୁ ସେହି ପ୍ରେମକୁ ପାଇବା ପାଇଁ ପ୍ରେମ ନିବେଦନ ବା ପ୍ରପୋଜ୍ କରିବା ବହୁତ କଷ୍ଟ ହୋଇଥାଏ । ଆଜିକାଲିର ଯୁବପିଢି ପ୍ରେମ କରିବାକୁ ପଛାଉନଥିବା ବେଳେ ପ୍ରେମ ନିବେଦନ କରିବାକୁ ବେଶ ଡରନ୍ତି । କାଳେ ସେ ପ୍ରେମ କରୁଥିବା ସାଥିଟି ପ୍ରେମ ନିବେଦନ ଶୁଣିଲା ପରେ ତାଙ୍କ ଠାରୁ ଦୂରେଇ ଯିବ କିମ୍ବା ରାଗିଯାଇ କିଛି ଉଚ୍ଚ ପଦକ୍ଷେପ ନେବ ସେନେଇ ସେମାନଙ୍କ ମନରେ ଭୟ ମଧ୍ୟ ରହିଥାଏ । କିଛି ପ୍ରେମୀ ତାଙ୍କର ସାଥୀଙ୍କୁ ମନ କଥା କେମିତି କହିବେ ସେନେଇ ଚିନ୍ତାରେ ମଧ୍ୟ ପଡ଼ି ଯାଆନ୍ତି। ତେବେ ଆପଣ ବି ଯଦି ଏନେଇ ଚିନ୍ତିତ ଆପଣ କିଛି ଉପାୟ ଆପଣେଇ ପାରିବେ।

ବର୍ତ୍ତମାନ ଯେକୌଣସି କାର୍ଯ୍ୟ ବି ହେଉ ସୋସିଆଲ ମିଡିଆ ସବୁଠାରୁ ଉତ୍ତମ ବିକଳ୍ପ । ହ୍ଵାଟ୍ସଆପ୍‌, ଟୁଇଟର, ଫେସ୍‌ବୁକ, ଇନଷ୍ଟାଗ୍ରାମ ଜରିଆରେ ଆପଣ ଚାହିଁଲେ ଆପଣଙ୍କ ସାଥୀଙ୍କୁ ପ୍ରେମ ନିବେଦନ କରିପାରିବେ। ଏଥିସହିତ ପ୍ରପୋଜ ଡେ’ର କିଛି ଫଟୋ ଓ ଭିଡଓ ସେୟାର କରି ମଧ୍ୟ ଆପଣ ନିଜର ମନକଥା କହିପାରିବେ। ଏଥିସହିତ ସାଥୀଙ୍କୁ ପ୍ରପୋଜ କରିବା ପାଇଁ କିଛି ଟିପ୍ସର ସାହାଯ୍ୟ ମଧ୍ୟ ନେଇପାରିବେ।

ଯେପରିକି ସାଥିଙ୍କ ମୋବାଇଲରେ ନିଜ ପ୍ରେମ ନିବେଦନର ଭଏସଓଭର ସହ । ନିଜ ସାଥୀଙ୍କ ମୋବାଇଲରେ ଗୁପ୍ତ ଭାବରେ ରିଙ୍ଗ୍‌ ଟୋନରେ ଆପଣ ନିଜ ସ୍ୱରରେ ପ୍ରେମ ନିବେଦନକୁ ରଖିନିଅନ୍ତୁ। ଯଦ୍ଵାରା ତାଙ୍କ ଫୋନ ଯେତେବେଳେ ରିଙ୍ଗ୍ ହେବ ସେତେବେଳେ ସେ ତୁମର ମନର କଥା ଶୁଣିପାରିବେ । କାମରେ ବ୍ୟସ୍ତତା କାରଣ ପାଇଁ ନିଜ ସାଥୀଙ୍କ ପାଖରେ ପହଞ୍ଚିପାରୁ ନଥିଲେ ପ୍ରେମ ନିବେଦନ ଥିବା କିଛି ଫଟୋ ଡାଉନ୍‌ଲୋଡ କରି ନିଜ ମନର କଥା ସହ ମେସେଜ୍ କରିଦିଅନ୍ତୁ। ଦେଖିବେ ସାଥୀଙ୍କ ପକ୍ଷରୁ ନିଶ୍ଚୟ ଭଲ ପ୍ରତିକ୍ରିୟା ମିଳିବ।

ସାଥିର ପସନ୍ଦ ରଙ୍ଗ ଯୁକ୍ତ ଏକ ଟି-ସାର୍ଟରେ ନିଜ ପ୍ରେମିକାର ଫଟୋ ସହ ମନର କଥାକୁ ପ୍ରିଣ୍ଟ୍ କରନ୍ତୁ। ସେହି ସାର୍ଟକୁ ସାଥିକୁ ଉପହାର ସ୍ଵରୁପ ଦିଅନ୍ତୁ । ନିଜ ସାଥୀକୁ ଭିଡିଓ ମାଧ୍ୟମରେ ପ୍ରପୋଜ୍‌ କରିପାରିବେ। ନିଜ ସାଥୀଙ୍କୁ ପ୍ରପୋଜ୍ କରିବା ଲାଗି ଗୋଟିଏ ଭିଡିଓ ପ୍ରସ୍ତୁତ କରନ୍ତୁ। ଏହି ଭିଡିଓରେ ନିଜର ମନର କଥା ଲେଖି ସୋସିଆଲ ମିଡିଆରେ ଅପଲୋଡ କରନ୍ତୁ। ଏବଂ ତାକୁ ନିଜ ସାଥୀ ପାଖକୁ ଛାଡନ୍ତୁ ।

 

Comments are closed.