Latest Odisha News

OCAC ମୁଖ୍ୟଙ୍କ ନାଁରେ ଠକେଇ

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ ମୁଖ୍ୟଙ୍କ ନାଁରେ ଠକେଇ ଅଭିଯୋଗ । OCAC ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ଠକେଇ । ମନୋଜଙ୍କ ନାଁ କହି ହ୍ୱାଟ୍ସ ଆପରେ ଦୁର୍ବୃତ୍ତ ଲୁଟି ନେଲେ ୭ ଲକ୍ଷ ଟଙ୍କା । ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ମନୋଜ ପଟ୍ଟନାୟକ । ଏହାପରେ ଖୋଳତାଡ ଆରମ୍ଭ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସ ଆପ୍ ନମ୍ବରକୁ ହ୍ୟାକ୍ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ । ଏକଥା ଜାଣିବା ପରେ ସେ ପୋଲିସରେ ଅଭିଯୋଗ କରିଛନ୍ତି । ସାଇବର ଠକେଇ ନେଇ ଆରମ୍ଭ ହୋଇଛି ଖୋଳତାଡ । ତଦନ୍ତରେ ଆବଶ୍ୟକ ହେଲେ ସାଇବଲ ସେଲର ସହାୟତା ନେବ ସହିଦନଗର ଥାନା ପୋଲିସ ।

Comments are closed.