Latest Odisha News

BREAKING NEWS

ମାଗଣା ଆଧାର ଅପଡେଟର ଶେଷ ତାରିଖ ୧୪ ଡିସେମ୍ବର

ନୂଆଦିଲ୍ଲୀ: ମାଗଣାରେ ହେଉଥିବା ଆଧାର କାର୍ଡ ଅପଡେଟ ଡେଡଲାଇନ୍ ଚଳିତ ମାସରେ ଶେଷ ହେଇଯିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ମାଗଣାରେ ଆଧାର ଅପଡେଟ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ବୋଲି ଘୋଷଣା କରିଛି । ଏହା ପରେ ଆପଣକୁ ନିର୍ଦ୍ଧାରିତ ଅର୍ଥ ଦେଇ ଅପଡେଟ କରିବାକୁ ପଡିବ ।

ପୂର୍ବରୁ ଏହା ୧୪ ସେପ୍ଟେମ୍ବର ରହିଥିଲା । ପରେ ତିନିମାସ ବୃଦ୍ଧି କରାଯାଇଥିଲା।

ତେବେ ଜାଣି ରଖନ୍ତୁ କି ମାଗଣା ଆଧାର ଅପଡେଟ ସୁବିଧା କେବଳ ଅନଲାଇନ୍ ମିଳୁଛି। ଆପଣଙ୍କୁ ଯଦି ଆଇରିସ / ବାୟୋମେଟ୍ରିକ ଅପଡେଟ କରିବାକୁ ଥିବ ତେବେ ଆଧାର ସେଣ୍ଟରକୁ ଯିବାକୁ ପଡିବ।

ଆଧାର ଅପଡେଟ କରିବାର ପ୍ରକ୍ରିୟା ବହୁତ ସହଜ। ଏଥିପାଇଁ ଆପଣଙ୍କୁ ୟୁଆଇଡିଏଆଇ ର ୱେବସାଇଟ uidai.gov.in ରେ ଲଗଇନ୍ କରିବାକୁ ପଡିବ।

ଏହାପରେ ହୋମ ପେଜରେ ‘ମାଇଁ ଆଧାର ପୋର୍ଟାଲ’ କୁ ଯିବେ। ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିଥିବ ଓଟିପି ବ୍ୟବହାର କରି ଲଗଇନ କରିବେ। ଏହାପରେ ନିଜର ସମସ୍ତ ତଥ୍ୟକୁ ଯାଞ୍ଚ କରନ୍ତୁ, ଯଦି ତାହା ଠିକ ଅଛି,ତେବେ ଠିକ ଲେଖା ଥିବା ବକ୍ସରେ ଟିକ୍ କରନ୍ତୁ।

ଅନ୍ୟପଟେ ଯଦି ଡେମୋଗ୍ରାଫିକ ତଥ୍ୟ ଭୁଲ ଅଛି ତେବେ ଡ୍ରପ-ଡାଉନ ମେନୁ ରୁ ଡକ୍ୟୁମେଣ୍ଟ ଉପରେ କିକ୍ କରି ସଠିକ ଡକ୍ୟୁମେଣ୍ଟ ଅପଲୋଡ଼ କରନ୍ତୁ। ଏହି ଡକ୍ୟୁମେଣ୍ଟ ଜେପିଇଜି,ପିଏନଜି ଏବଂ ପିଡିଏଫରେ ହୋଇଥିବା ଆବଶ୍ୟକ ।

Leave A Reply

Your email address will not be published.