Latest Odisha News

ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏହି ଆଶ୍ରମରେ ରହିଛି ମାଗଣା ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତରେ ଅନେକ ଦର୍ଶନୀୟ ସ୍ଥାନ ଅଛି । ପର୍ଯ୍ୟଟକମାନେ ଏହି ସବୁ ସ୍ଥାନରେ ରହିବା ସର୍ବଦା ବ୍ୟୟସାପେକ୍ଷ ହୋଇ ନ ଥାଏ । ତେବେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ପର୍ଯ୍ୟଟକ ଓ ଭକ୍ତମାନଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା ରହିଛି । ଏହି ସବୁ ଆଶ୍ରମରେ ଟଙ୍କାଟିଏ ବି ଦେବାକୁ ପଡି ନ ଥାଏ । ଆଧ୍ୟାତ୍ମିକ ସହର ଋଷିକେଶରେ ସର୍ବଦା ପର୍ଯ୍ୟଟକଙ୍କ ଭୀଡ ରହିଥାଏ । ଏଠାରେ ଭାରତ ହେରିଟେଜ ସର୍ଭିସେଜରେ ସବୁ ମାଗଣା । ଅବଶ୍ୟ ଏହା ବଦଳରେ ଆପଣଙ୍କୁ ସ୍ୱେଚ୍ଛାସେବୀ ଭାବେ କିଛି ସହଯୋଗ କରିବାକୁ ପଡିବ ।

ତାମିଲନାଡୁର ଥିରୁୱନ୍ନମଲାଇର ପାହାଡ ପର୍ଯ୍ୟଟକଙ୍କ ପାଇଁ ସର୍ବଦା ଆକର୍ଷଣ କେନ୍ଦ୍ର ରହି ଆସିଛି । ରାମାନ୍ନାଆଶ୍ରମରେ ପର୍ଯ୍ୟଟକଙ୍କ ପାଇଁ ମାଗଣାରେ ସମସ୍ତ ସୁବିଧା ରହିଛି । ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଆଶ୍ରମ ମଧ୍ୟ ଏଥିପାଇଁ ଖ୍ୟାତି ଅର୍ଜନ କରିଛି । ପୂର୍ବରୁ ଅନେକ ସ୍ଥାନରେ ଏ ଭଳି ବ୍ୟବସ୍ଥା ରହିଥିଲା । ମାତ୍ର ଧୀରେ ଧୀରେ ଅନେକ ସ୍ଥାନରେ ଏହାକୁ ବନ୍ଦ କରି ଦିଆଯାଇଛି ।

Comments are closed.