Latest Odisha News

BREAKING NEWS

ଭୋଟ ଦେଲେ ମାଗଣାରେ ପାଇବେ ବିୟର ଓ ଦୋସା

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆସନ୍ତାକାଲି ପଡିବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ନିର୍ବାଚନ ଆୟୋଗ । ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଭୋଟରମାନଙ୍କୁ ବିଭିନ୍ନ ପ୍ରକାରର ଅଫର ମଧ୍ୟ ମିଳୁଛି ।

ତେବେ ଭୋଟ ଦେବାକୁ ଆସିବାକୁ ଲୋକଙ୍କୁ ସଚେତନ କରିବା ପାଇଁ କେତେକ ହୋଟେଲ ବମ୍ପର ଅଫର ଘୋଷଣା କରିଛନ୍ତି । ହୋଟେଲରେ ଖାଦ୍ୟ ଖାଉଥିବା ଲୋକଙ୍କୁ ମିଳିବ ୫୦ ପ୍ରତିଶତ ଡିସକାଉଣ୍ଟ । ଦେଶର ବିଭିନ୍ନ ରାଜ୍ୟରେ କେତେକ ହୋଟେଲ ଏପରି ବମ୍ପର ଅଫର ଦେଉଛନ୍ତି । ଗ୍ରେଟର ନୋଇଡାର ଭୋଟର ଭୋଟ ଦେଇଥିବାର ପ୍ରମାଣ ଦେଖାଇଲେ ନ୍ୟାଶନାଲ ରେଷ୍ଟୁରାଣ୍ଟ ଅଥରିଟି ଅଫ ଇଣ୍ଡିଆ ୨୦ ପ୍ରତିଶତ ଡିସକାଉଣ୍ଟ ଦେବ । ସେହିପରି ଉକ୍ତ ଅଞ୍ଚଳର ୫୦ରୁ ଅଧିକ ହୋଟେଲ ୨୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏପ୍ରିଲ ୨୭ ପର୍ଯ୍ୟନ୍ତ ଏହି ଅଫର ରହିଛି ।

ସେହିପରି ବେଙ୍ଗାଲୁରୁରେ ଭୋଟ ଦେବା ପ୍ରମାଣ କଲେ ବର୍ଗର ଓ ମିଲ୍କସେକ୍‌ରେ ଡିସକାଉଣ୍ଟ ମିଳିବା ସହ ଫ୍ରିରେ ମଦ ମଧ୍ୟ ମିଳିବ। ଏହି କ୍ରମରେ ବେଙ୍ଗାଲୁରୁ ଓ ଦିଲ୍ଲୀ ଏନସିଆରର ୩୦ କିମି ପରସୀମା ଭିତରେ ଯାତ୍ରୀଙ୍କୁ ୫୦ ପ୍ରତିଶତ ଡିସକାଉଣ୍ଟରେ ଯାତାୟତ କରି ପାରବାର ସୁବିଧା ରହିଛି । ତେବେ ଏହି ସବୁ ଅଫର କେବଳ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛି ।

Leave A Reply

Your email address will not be published.