Latest Odisha News

ପଦ୍ମ ଧରିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଆଜି ସୋନପୁର ବିଜେପିର ବିଜୟ ସଂକଳ୍ପ ସଭାରେ ବିଜେପି ବିଧିବଦ୍ଧ ଭାବେ ସାମିଲ ହେଲେ ପ୍ରବୋଧ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବଲାଙ୍ଗୀର ସାଂସଦ ଏବଂ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା କିନ୍ତୁ ପରେ ତାଙ୍କ ଟିକେଟ୍ କାଟିଦେଲା ଏବଂ ପ୍ରର୍ଥୀ ବଦଳାଇ ଦେବାରୁ ଦଳରୁ ଇସ୍ତଫା ଦେଇଥିଲେ ପ୍ରବୋଧ । ପରେ ଆଜି ସେ ପଦ୍ମ ଧରିଛନ୍ତି ।

Leave A Reply

Your email address will not be published.