Latest Odisha News

BREAKING NEWS

ଆଜିଠୁ ସମସ୍ତଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଭାରତରେ ଟିକାକରଣ ଅଭିଯାନକୁ ଆହୁରି ଉତ୍ସାହିତ କରିବା ଲାଗି ‌କେନ୍ଦ୍ର ସରକାର ନୂଆ ରଣନୀତି ଆରମ୍ଭ କରିଛନ୍ତି। ଏହି ନୀତି ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶରେ ପ୍ରତ୍ୟେକ ନାଗରିକଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧନ କଲା ବେଳେ ଘୋଷଣା କରିଥିଲେ। ଜୁନ୍‌ ୨୧ରୁ କେନ୍ଦ୍ର ରାଜ୍ୟମାନଙ୍କୁ ମାଗଣା କରୋନା ଟିକା ଯେଗାଇଦେବ।

Comments are closed.