Latest Odisha News

BREAKING NEWS

ବଦଳିଲା କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ସମୟ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ତଥା ଲାଇଟ୍ ଆଣ୍ଡ ଶୋ’ ଦେଖିବାର ସମୟସୀମାରେ ଶୁକ୍ରବାର ଦିନଠାରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ସୂଚନାନୁଯାୟୀ ଏହି ମନ୍ଦିରରେ ପ୍ରବେଶ ସମୟ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିଛି । ପରବର୍ତ୍ତୀ ସମୟରେ ରାତି ପ୍ରାୟ ୭ଟା ବେଳକୁ ଆର୍କିଟେକଚୁରାଲ୍ ମାର୍ବଲର ଗେଟକୁ ବନ୍ଦ କରିଦିଆଯିବ ।

ଏହି ସମୟସୀମା ନଭେମ୍ବର ୧ ତାରିଖରୁ ଆସନ୍ତା ଫେବୃଆରୀ ୨୮ ତାରିଖ ଯାଏଁ ଲାଗୁ ରହିବ । ଏହାର ଟିକେଟ୍ ଦାମ୍ ରହିଛି ୫୦ ଟଙ୍କା ।

ସେହିପରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ଶୋ’ର ସମୟ ସୀମା ପରିବର୍ତ୍ତନ କରାଯାଇ ସନ୍ଧ୍ୟା ୬ଟା ୩୦ମି.ରୁ ୭ଟା ୧୦ମି. କରାଯାଇଛି । ପରେ ଦ୍ୱିତୀୟ ଶୋ’ର ସମୟ ସୀମା ରହିଛି ରାତି ୭ଟା ୩୦ମି.ରୁ ୮ଟା ୧୦ମି. ଯାଏଁ ।

ଏହାବ୍ୟତିତ ପର୍ଯ୍ୟଟକ ତଥା ଆଗନ୍ତୁକମାନେ ୮ଟି ଅଲଟ୍ରା ଆଧୁନିକ ପ୍ରୋଜେକ୍ଟର ସହାୟତାରେ ମନ୍ଦିରର ‘ମୁଖଶାଳା’ ଓ ‘ନାଟ୍ୟ ମନ୍ଦିର’ର ସମ୍ମୁଖରେ ‘ଅରୁଣୋଦୟ’ ଶୋ’ର ମଜା ଉଠାଇପାରିବେ ବୋଲି ମନ୍ଦିର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

Leave A Reply

Your email address will not be published.