Latest Odisha News

BREAKING NEWS

‘ଡିଜେଏସଆଇ’ରେ ଅନ୍ତର୍ଭୁକ୍ତ ହେଲା ‘ହିଣ୍ଡାଲକୋ’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପର କଂପାନି ହିଣ୍ଡାଲକୋ ଏସଆଣ୍ଡପି ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସେସ (ଡିଜେଏସଆଇ)ରେ ଅନ୍ତର୍ଭୁକ୍ତ ହୋଇଛି । ଚଳିତ ବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ଭାରତର ଏକମାତ୍ର ଆଲୁମିନିୟମ ର୍ନିମାତା ହେଉଛି ହିଣ୍ଡାଲକୋ ।

କର୍ପୋରେଟ ସଷ୍ଟେନେବିଲିଟି କ୍ଷେତ୍ରରେ ଏହି ସୂଚୀ ହେଉଛି ସବୁଠୁ ସମ୍ମାନଜନକ ଏବଂ କର୍ପୋରେଟ ପରିବେବେଶ, ସାମାଜିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ହେଉଥିବା ଉନ୍ନତି ମାପିବାରେ ଏହା ହେଉଛି ବିଶ୍ୱ ସ୍ତରୀୟ ମାନକ । ଚଳିତ ବର୍ଷ ଉଦୀୟମାନ ବଜାର ସୂଚୀରେ ସାମିଲ ହୋଇଥିବା ୯୮ଟି କଂପାନି ମଧ୍ୟରୁ ହିଣ୍ଡାଲକୋ ହେଉଛି ଅନ୍ୟତମ । ଭାରତର ଯେଉଁ ୧୨ଟି କଂପାନି ଏହି ସୂଚୀରେ ସାମିଲ ହୋଇଛନ୍ତି ସେଥି ମଧ୍ୟରୁ ଏହା ଗୋଟିଏ ହୋଇଥିବା ବେଳେ ଏହା ହେଉଛି ଦେଶର ଏକମାତ୍ର ଆଲୁମିନିୟମ କଂପାନି । ଡିଜେଏସଆଇ ସ୍କୋର ହିଣ୍ଡାଲକୋକୁ ବିଶ୍ୱର ଶ୍ରେଷ୍ଠ ତିନି ଆଲୁମିନିୟମ କଂପାନି ମଧ୍ୟରେ ସ୍ଥାନ ଦେଇଛି ।

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏମଡି ସତୀଶ ପାଇ କହିଛନ୍ତି ଯେ, ଆମେ ବହୁତ ଗର୍ବିତ ଯେ ଡିଜେଏସଆଇର କଠୋର ମାନଦଣ୍ଡକୁ ହିଣ୍ଡାଲକୋ ସଫଳତାର ସହ ପୂରଣ କରିପାରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଅନୁଶୀଳନ ଆମକୁ ଏକ ସ୍କୋରକାର୍ଡ ଦେଇଛି ଯାହା ଜରିଆରେ ଆମେ ସେହି ଅଂଚଳ ଚିହ୍ନଟ କରିପାରିବୁ ଯେଉଁ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି । ଡିଜେଏସଆଇ ସ୍କୋର ଆମକୁ ଆଗାମୀ ଦିନରେ ଅଧିକ କିଛି ପ୍ରଦାନ କରିବାକୁ ପ୍ରତିବଦ୍ଧ କରିଛି ।

ଅର୍ଥନୀତି ଏବଂ ପରିବେଶରେ ହିଣ୍ଡାଲକୋ ୭୫ତମ ପର୍ସେଟାଂଇଲ ହାସଲ କରିଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଏହା ୧୦୦ତମ ପର୍ସେଟାଂଇଲ ହାସଲ କରିଛି । ସେଗୁଡ଼ିକ ହେଉଛି ବିପଦ ଓ ସଙ୍କଟ ପରିଚାଳନା, ଗ୍ରାହକ ସମ୍ପର୍କ ପରିଚାଳନା, ସଷ୍ଟେନେବିଲିଟି ରିପୋର୍ଟିଂ, ପରିଚାଳନା ଦକ୍ଷତା, ମାନବ ପୁଂଜି ବିକାଶ ଏବଂ କର୍ପୋରେଟ ନାଗରିକତ୍ୱ ଏବଂ ଦାତବ୍ୟ କାର୍ଯ୍ୟ । ଏହି ସ୍କୋର ହିଣ୍ଡାଲକୋର ଲକ୍ଷ୍ୟ- ସେଭଳି ଧାତୁ ର୍ନିମାଣ କରିବା ଯାହା ଦୁନିଆର ସବୁଜତମ ସୁଦୃଢ଼ ଓ ଅଧିକ ସ୍ମାର୍ଟ କରୁଥିବା ଲକ୍ଷ୍ୟକୁ ପୂରଣ କରୁଛି ।

Leave A Reply

Your email address will not be published.