Latest Odisha News

BREAKING NEWS

ବିଜୟ ମାଲ୍ୟାଙ୍କ ପରେ ପଳାତକ ଘୋଷିତ ହେଲେ ନୀରବ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଯାଚିକା ଦାଖଲ ପରେ ମୁମ୍ବାଇର ଏକ କୋର୍ଟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରିଛନ୍ତି ।

ଅର୍ଥନୈତିକ ଅପରାଧ ପାଇଁ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ପରେ ୨ୟ ସ୍ଥାନ ପାଇଛନ୍ତି ନୀରବ ମୋଦି ।

ଗତ ଅଗଷ୍ଟ ମାସରେ ପାରିତ ହୋଇଥିବା ପଳାତକ ଅର୍ଥନୀତିକ ଅପରାଧ ଆଇନ ଅନୁଯାୟୀ ନୀରବଙ୍କୁ ଏଭଳି ପଳାତକ ଘୋଷିତ କରାଯାଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଭଳି ହାଇ ପ୍ରୋଫାଇଲ୍ ଠକେଇ କରି ବିଦେଶକୁ ପଳାଇ ଯାଉଥିବା ବ୍ୟକ୍ତିମାନଙ୍କୁ ସଂଖ୍ୟାରେ ରୋକ୍ ଲଗାଇବା ।

ଗତ ମାର୍ଚ୍ଚ ୧୯ ତାରିଖରେ ନୀରବ ବ୍ରିଟେନ୍ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଦିନ କାଟୁଥିବା ବେଳେ ସେ ବହୁବାର ଜାମିନ ପାଇଁ ଆବେଦନ ମଧ୍ୟ କରିଥିଲେ ସୁଦ୍ଧା କୋର୍ଟ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ । ବର୍ତ୍ତମାନ ସେ ଅର୍ଥ ହେରଫେର୍ ସମ୍ବନ୍ଧୀୟ ମାମଲାରେ କୋର୍ଟ କେସ୍ ଲଢୁଛନ୍ତି ।

ସୂଚନାଯୋଗ୍ୟ, ନୀରବ ଓ ତାଙ୍କ ମାମୁଁ ମେହୁଲ ଚୋକସି ପିଏନବିରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଋଣ ନେବା ସହ ପରିଶୋଧ କରିନଥିଲେ । ପରବର୍ତ୍ତୀ ସମୟରେ ଗତବର୍ଷ ଜାନୁଆରୀ ମାସରେ ସିବିଆଇ ଦ୍ୱାରା ପିଏନବି ଘୋଟାଲାର ତଦନ୍ତ ଆରମ୍ଭ ହେବା ପରେ ଦୁହେଁ ଭାରତ ଛାଡି ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.