Latest Odisha News

BREAKING NEWS

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଦେହାନ୍ତ

ସମ୍ବଲପୁର: ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଦେହାନ୍ତ ହୋଇଛି।

ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା।

ପରିବାର ସଦସ୍ୟଙ୍କ କହିବାନୁସାରେ, ଏହି ସ୍ୱାଧୀନତା ସଂଗ୍ରାମୀ ଜଣକ ଗତ ତିନି ଦିନ ଧରି ଅସୁସ୍ଥ ଥିଲେ। ଶନିବାର ସକାଳେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.