Latest Odisha News

BREAKING NEWS

ରାସ୍ତାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା

ଜୟପୁର: ଅଚିହ୍ନା ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରେ ପଡ଼ିଛି ଜଣେ ରକ୍ତ ଜୁଡୁବୁଡୁ ମୃତଦେହ । କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ପଡ଼ିଛି ମର ଶରୀର । କେହି ତାଙ୍କୁ ପଥରରେ ଛେତି ଅତି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଚନ୍ଦ୍ର ପରଜା । ସେ ଜୟପୁର ମାଳି ସାହିରେ ରହୁଥିଲେ ।

ଗତକାଲି ରାତିରେ ନିଜ ସାଙ୍ଗଙ୍କ ସହ  କୁମ୍ଭାର ସାହି ଆସିଥିଲେ । ଆଜି ସକାଳେ ରାସ୍ତା ଉପରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଜୟପୁର ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି । ଯୁବକ କିଏ ଓ ତାଙ୍କ କାହିଁକି ହତ୍ୟା କଲା ତଦନ୍ତ କରୁଛି ପୋଲିସ । ଚନ୍ଦ୍ରଙ୍କ ସାଙ୍ଗ ଫେରାର୍ ଅଛନ୍ତି ।

Leave A Reply

Your email address will not be published.