Latest Odisha News

BREAKING NEWS

ଭଡ଼ା ଘରେ ସେକ୍ସ ରାକେଟ୍: ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

ଭଦ୍ରକ: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଅଚାନକ ଚଢ଼ାଉ କଲା ପୋଲିସ । ସେଠାରୁ ଉଦ୍ଧାର ହୋଇଛନ୍ତି ୪ଜଣ ମହିଳା । ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ସହରର ଡଗମୁଣ୍ଡ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଏଭଳି ଦେହ ବ୍ୟବସାୟ ଚାଲିଥିଲା । ବିଶେଷସୂତ୍ରରୁ ଖବର ପାଇଁ ରେଡ୍ କରିଥିଲା ପୋଲିସ ।

ଭଡା ଘର ଭିତରୁ ୪ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ପୁରୁଷଙ୍କୁ ଅଟକ ରଖିଛି ପୋଲିସ । ତେବେ ସେକ୍ସ ରାକେଟର କିଙ୍ଗପିନ୍ ବାବଦରେ ଅଧିକ ତଥ୍ୟ ଯୋଗାଡ ଚାଲିଛି । ଅଟକ ଯୁବକଙ୍କୁ ପଚରାଉଚରା ଚଳାଇଛି ପୋଲିସ । କେବେଠାରୁ ସେଠାରେ ଏଭଳି କାମ ଚାଲିଥିଲା ସେନେଇ ଖୋଳତାଡ କରୁଛି ଭଦ୍ରକ ଟାଉନ୍ ଥାନା ପୋଲିସ ।

Leave A Reply

Your email address will not be published.