Latest Odisha News

BREAKING NEWS

ରେଳ ଧାରଣା ପାର ହେଉଥିଲା ଟ୍ରାକ୍ଟର, ପିଟି ଦେଲା ଟ୍ରେନ୍

ଯାଜପୁର:ଦାନଗଦୀ ବ୍ଲକ ଗୋଡିଗୋଠ ଡଙ୍କାଗାଡିଆ ନିକଟରେ ଅଭାବନୀୟ ଘଟଣା, ଫାଟକ ବିହୀନ ରେଳଧାରଣା ରାସ୍ତା ପାର ହେଉଥିବାବେଳେ ଟ୍ରାକ୍ଟର କୁ ଧକ୍କାଦେଲା ଟ୍ରେନ୍, ଟ୍ରାକ୍ଟର ଡ୍ରାଇଭର ସାମାନ୍ୟ ଆହତ।

ସୂଚନା ମୁତାବକ ଆଜି ସକାଳ ସମୟରେ ଡ୍ରାଇଭର ଜଣକ ଅସାବଧାନତା ବଶତଃ ଟ୍ରାକ୍ଟର ନେଇ ସୁକିନ୍ଦା ରୋଡରୁ  କେନ୍ଦୁଝରକୁ ଯାଇଥିବା ରେଲୱେ ଲାଇନକୁ ଅତିକ୍ରମ କରୁଥିଲା। ହଠାତ ସୁକିନ୍ଦା ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଟ୍ରାକ୍ଟର କୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରଟି ରେଳ ଧାରଣା କଡକୁ ଛିଟିକି ପଡିଥିଲା । ତେବେ ସୌଭାଗ୍ୟ ବଶତଃ ଡ୍ରାଇଭର ଜଣକ ଟ୍ରାକ୍ଟର ଛାଡି ଡେଇଁ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମାତ୍ର ଟ୍ରାକ୍ଟରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ରେଳବାଇ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଟ୍ରାକ୍ ପାର୍ଶ୍ୱରେ ଟ୍ରାକ୍ଟରଟି ପଡ଼ିଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳୁନି। ସେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।

 

 

Comments are closed.