Latest Odisha News

BREAKING NEWS

ନିଷ୍ଠୁର ଶିକ୍ଷକ: କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ମାରିଲେ ନିସ୍ତୁକ ମାଡ, ଭିଡ଼ିଓ ହେଲା ଭାଇରାଲ

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଥିବା ବେଳେ ସାର୍‌ଙ୍କ ଉଗ୍ର ରୂପର ଏପରି ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ଠାରେ ଥିବା ଘରୋଇ କୋଚିଂ ସେଣ୍ଟରରେ ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ମଧ୍ୟ ଛାତ୍ରଛାତ୍ରୀ ରହିଥାନ୍ତି। ତେବେ ସମସ୍ତ ଛାତ୍ରଙ୍କୁ ଭୋର ୩ ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ତେବେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଜଣକ ପରେ ଜଣଙ୍କୁ ଗୋରୁଗାଇ ପରି ପିଟିବାକୁ ଲାଗିଥିଲେ। ଏପରିକି ଅସହ୍ୟ ମାଡ଼ ଯନ୍ତ୍ରଣାରେ ପିଲାମାନେ ଛଟପଟ ହେଉଥିବା ବେଳେ ସାର୍‌ କିନ୍ତୁ ନିଷ୍ଠୁର ପାଲଟି ଯାଇଥିଲେ। ଏ ସଂକ୍ରାନ୍ତରେ ତଦନ୍ତ ପାଇଁ ଅନୁଗୁଳରୁ ଚାଇଲଡ଼ ଲାଇନର ଏକ ଟିମ କୋଚିଂ ସେଣ୍ଟର ଯାଇ ତଦନ୍ତ ଚଳାଉଛନ୍ତି । ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ପିଟି ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ଉକ୍ତ ଶିକ୍ଷକ କିପରି ପିଲାମାନଙ୍କୁ ପିଟିବାକୁ ସାହସ କରି ପାରିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

Leave A Reply

Your email address will not be published.