Latest Odisha News

BREAKING NEWS

ବାହୁବଳୀ ନବଜାତ ଶିଶୁ: ହାତରେ ଟେକିଲା ଟ୍ରେ, ଭିଡ଼ିଓ ଭାଇରାଲ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ବାହୁବଳୀ’ ଆପଣ ନିଶ୍ଚିୟ ଦେଖିଥିବେ । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି । ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ଏବେ ଏକ ନବଜାତ ଶିଶୁ ଏପରି କିଛି କରୁଛି, ଯାହା ପରେ ଲୋକମାନେ ତାକୁ ‘ବାହୁବଳୀ’ ବୋଲି କହୁଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ହସପିଟାଲରେ ଜଣେ ନର୍ସ ନବଜାତ ଶିଶୁର ଦୁଇଗୋଡ଼କୁ ଟେକି ଧରିଛନ୍ତି । ଶିଶୁଟିର ମୁଣ୍ଡ ତଳକୁ ଓହଳି ରହିିଛି । ଏହି ସମୟରେ ଶିଶୁଟି ଟେବୁଲ ଉପରେ ଥିବା ଏକ ଟ୍ରେକୁ ଦୁଇ ହାତରେ ଟେକୁଛି । ଜନ୍ମ ହେଉ ହେଉ ଶିଶୁଟି ଦୁଇ ହାତରେ ଟ୍ରେ’କୁ ଏପରି ଜାବୁଡ଼ି ଧରିଛି ଯେ, ତାହା ଖସୁନାହିଁ । ନବଜାତ ଶିଶୁମାନଙ୍କର ଜନ୍ମ ହେବା ମାତ୍ରେ ଏତେ ଜୋରରେ ଧରି ରଖିବା ପାଇଁ ସେତେ ଶକ୍ତି ନ ଥାଏ । କିନ୍ତୁ ଏହି ପିଲା ନିଜର ଶକ୍ତି ଦ୍ୱାରା ସମସ୍ତଙ୍କୁ ଚକିତ କରିଦେଇଛି । ଏହାକୁ ଦେଖି ନର୍ସ ଏବଂ ପାଖରେ ଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିିଛି ୟୁର୍ଜର କହିଛନ୍ତି, ଯେଉଁ ଡାକ୍ତର ଓ ନର୍ସ ଏହା କରିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ । କାରଣ ଏହା ଅମାନବୀୟ ଅଟେ । ଆଉ କିଛି କହିଛନ୍ତି, ଏହିପରି ପିଲାଙ୍କ ଦୃଶ୍ୟ କରିବା ସମ୍ପୂର୍ଣ୍ଣ ଭୁଲ ।

Leave A Reply

Your email address will not be published.