Latest Odisha News

BREAKING NEWS

ଫ୍ରେଂଚ ଓପନ : ଜୋକୋଭିଚ-ନାଡାଲ ଫାଇନାଲ

ପ୍ୟାରିସ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଓ କ୍ଲେ କୋର୍ଟ ବାଦାଶାହ ରାଫେଲ ନାଡାଲଙ୍କ ମଧ୍ୟରେ ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ଖେଳାଯିବ । ଜୋକୋଭିଚ ଷ୍ଟେଫାନିସ ସିତାସିପାସ ୬-୩, ୬-୨, ୫-୭, ୪-୬, ୬-୧ ସେଟରେ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ଦ୍ୱିତୀୟ ସେମିଫାଇନାଲରେ ନାଡାଲ ଆର୍ଜେଂଟିନାର ଡିଏଗୋ ସ୍ୱାଟଜେମେନଙକୁ ୬-୩, ୬-୩, ୭-୬ ସେଟରେ ହରାଇଥିଲେ ।

ଜୋକୋଭିଚ ୫ମ ଏବଂ ନାଡାଲ ୧୩ ଥର ଫ୍ରେଂଚ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଜୋକୋଭିଚ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ନିକଟତର ହୋଇଛନ୍ତି । ନାଡାଲ ବିଶ୍ୱରେକର୍ଡ ହାସଲ କରିଥିବା ସ୍ୱିଜରଲାଣ୍ଡର ରୋଜର ଫେଡେରରଙ୍କ ୨୦ତମ ଗ୍ରାଣ୍ଡ ସ୍ଲାମ ସହ ସମକକ୍ଷ ହେବା ପାଇଁ ଚାହିଁବେ ।

Leave A Reply

Your email address will not be published.