Latest Odisha News

BREAKING NEWS

ଏଥର ଅନୁଗୋଳରୁ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ବିଜେଡ଼ିର ଗଡ଼ ଅନୁଗୋଳ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସରକାର ଆସିବା ପରଠାରୁ ହିଁ ଜିଲ୍ଲାରେ ବିଜେଡ଼ି ବାଜିମାତ କରି ଆସୁଛି। ୨୦୦୦ ଓ ୨୦୦୪ ମସିହା ନିର୍ବାଚନକୁ ବାଦ ଦେଲେ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନ ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ପାଳଲହଡ଼ା ଓ ତାଳଚେରରେ ବିଜେଡ଼ି ତାର ଆଧିପତ୍ୟ ବିସ୍ତାର କରି ଆସିଛି। ନବୀନ ପଟ୍ଟନାୟକଙ୍କ କ୍ଷମତାଶୀନ ସରକାର ଅମଳରେ ଅନୁଗୋଳ, ତାଳଚେର, ଛେଣ୍ଡିପଦା ପ୍ରାୟତଃ ପ୍ରାର୍ଥୀ ଚୟନରେ କୌଣସି ପରିବର୍ତ୍ତନ କରିନାହିଁ ବିଜେଡ଼ି। ଅନୁଗୋଳରେ ରଜନୀକାନ୍ତ ସିଂହ କ୍ରମାଗତ ପ୍ରାର୍ଥୀ ହୋଇ ଆସୁଛନ୍ତି। ସେହିପରି ତାଳଚେରରେ ବ୍ରଜକିଶୋର ପ୍ରଧାନ ମଧ୍ୟ ଦୁଇଟି ନିର୍ବାଚନ ଲଢି ସାରିଛନ୍ତି। କିନ୍ତୁ ଆଠମଲ୍ଲିକ ଓ ପାଳଲହଡ଼ାରେ ବିଗତ କିଛି ନିର୍ବାଚନରେ ନୂଆମୁଁହକୁ ଦେଖିବାକୁ ମିଳିଛି।

ତେବେ ଯଦି ପାଳଲହଡ଼ା ରାଜନୀତିର ଇତିହାସ ଉପରେ ନଜର ପକାଇଲେ ୨୦୦୯ ମସିହା ପରଠାରୁ ବିଜେଡ଼ି ଅମଳରେ ଏଠାରେ ଦୁଇଟି ନିର୍ବାଚନରେ ନୂଆ ମୁହଁ ଦେଖିବାକୁ ମିଳିଛି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମେଣ୍ଟ ସରକାର ହୋଇଥିବା ବେଳେ ଏହି ଆସନରେ ବିଜେପି ବାଜିମାତ କରିଥିଲା। ଏହି ଆସନରୁ ସେହି ସମୟରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିଲେ। ତେବେ ଏହା ପରେ ହୋଇଥିବା ନିର୍ବାଚନରେ ବିଜେଡ଼ି ଏକାକୀ ଲଢିଥିଲା। ଆଉ ଉଭୟ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡ଼ି ଏଠାରେ ବିଜୟୀ ହୋଇଥିଲା।

୨୦୦୯ ରୁ ୨୦୧୯ ମଧ୍ୟରେ ହୋଇଥିବା ୩ଟି ଯାକ ନିର୍ବାଚନରେ ବିଜେଡ଼ି ଏହି ଆସନ ପାଇଁ ନୂଆ ପ୍ରାର୍ଥୀ ଦେଇ ଆସିଛି। ୨୦୦୯ ମସିହାରେ ବିଜେଡ଼ି ରବି ନାରାୟଣ ପାଣିଙ୍କୁ ଟିକେଟି ଦେଇଥିଲା। ରବି ନାରାୟଣ ପାଣି ବିଜୟ ହାସଲ କରିବା ସହିତ ବିଧାନସଭାକୁ ଯାଇଥିଲା। କିନ୍ତୁ ତାଙ୍କୁ ଆଉ ପରବର୍ତ୍ତି ସମୟରେ ସୁଯୋଗ ମିଳିନଥିଲା। ସେହିପରି ୨୦୧୪ରେ ବର୍ତ୍ତମାନର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା ଶାସକ ଦଳ। ଆଉ ଦଳର ଭରସା ରଖିବାରେ ସମର୍ଥ ହୋଇଥିଲେ ମହେଶ। ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ ମହେଶ। କିନ୍ତୁ ୨୦୧୯ ମସିହାରେ ତାଙ୍କର ବିଧାୟକ ଟିକେଟ କାଟିଦେଇଥିଲା। ତାଙ୍କୁ ଢେଙ୍କାନାଳ ସାଂସଦ ଭାବେ ପ୍ରାର୍ଥୀ କରିଥିଲା ଦଳ। କିନ୍ତୁ ଦଳ ତାଙ୍କ ସ୍ଥାନରେ ମୁକେଶ ପାଳଙ୍କୁ ଟିକେଟ ଦେଇଥିଲା। ଆଉ ମୁକେଶ ମଧ୍ୟ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୯ ପୂର୍ବରୁ ହୋଇଥିବା ୨୦୦୪ ମସିହା ନିର୍ବାଚନରେ ଏହି ଆସନଟି କଂଗ୍ରେସ ଅଧିନକୁ ଯାଇଥିଲା। ଏଠାରୁ ୨୦୦୪ ମସିହାରେ ନୃସିଂହ ସାହୁ ବିଜୟୀ ହୋଇଥିଲେ। ବିଜୟ ହାସଲ କରିଥିବା ନୃସିଂହ କିନ୍ତୁ କଂଗ୍ରେସକୁ ବାୟ ବାୟ କହି ବିଜେଡ଼ିରେ ଯୋଗ ଦେଇଥିଲେ।

ତେବେ ଜିଲ୍ଲା ମାନ୍ୟତା ପାଇବା ପରେ ଏଠାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧିନ ଜନତା ଦଳ ଅଧିନରେ ରହିଥିଲା ଏହି ଆସନଟି। ୧୯୯୫ ମସିହାରେ ସରକାର ବଦଳିବା ସହିତ ପାଳଲହଡ଼ାର ନେତୃତ୍ୱରେ ମଧ୍ୟ ପରିବର୍ତ୍ତନ ଘଟିଥିଲା। ୧୯୯୫ ମସିହା ପରେ କଂଗ୍ରେସ ଖାତାରେ ରହିଥିଲା ଏହି ଆସନଟି। ତେବେ ମୋଟାମୋଟି ଦେଖିବାକୁ ଗଲେ ଅନୁଗୋଳ ଜିଲ୍ଲାମାନ୍ୟତା ପାଇବା ପରଠାରୁ ଏହି ଆସନରେ କ୍ରମାଗତ ଭାବେ ଭିନ୍ନ ଭିନ୍ନ ଦଳର ନେତା ବାଜିମାତ କରିଛନ୍ତି। କିନ୍ତୁ ବିଜେଡ଼ା କ୍ଷମତାକୁ ଆସିବା ପରଠାରୁ ଦଳ ବାଜି ମାରୁଥିଲେ ହେଁ ନୂଆ ମୁହଁକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଛି। ଆଉ ସଫଳତା ମଧ୍ୟ ହାତେଇବାରେ ଲାଗିଛି। ଏହି ଆସନରେ କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥିକୁ ରିପିଟ କରିନାହିଁ ବିଜେଡ଼ି। ଗତଥର ମୁକେଶ ପାଳ ବିଧାୟକ ରହିଥିଲେ। ଆଉ ଏଥର ମୁକେଶଙ୍କୁ ନେଇ ଭାଗ୍ୟ ପରୀକ୍ଷା କରିବ ଦଳ ନା ନୂଆ ମୁହଁକୁ ଭରସା କରିବ ତାହା ସମୟ କହିବ।

Leave A Reply

Your email address will not be published.