Latest Odisha News

୨୭୨୫ କୋଟି ଟଙ୍କାର ଅଫର ଫେରାଇଲେ ଫ୍ରାନ୍ସ ଫୁଟବଲ ଷ୍ଟାର କିଲିୟାନ ଏମ୍ବାପ୍ପେ

ନୂଆଦିଲ୍ଲୀ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ୨୭୨୫ କୋଟି ଟଙ୍କାର ଲୋଭନୀୟ ଅଫର ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚିତ ହୋଇ ଉଠିଛନ୍ତି । ସାଉଦି ଆରବର ଅଲ ହିଲାଲ କ୍ଲବ ତାଙ୍କୁ ଏହି ଅଫର ଦେଇଥିଲା । ସାଉଦି ଆରବ ଯିବାର କୌଣସି ଯୋଜନା ନ ଥିବାରୁ ଏମ୍ବାପ୍ପେ ଅଲ ହିଲାଲ କ୍ଲବର ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ମଧ୍ୟ ସମୟ ଦେଇ ନ ଥିଲେ । ଏବେ କିଛି ଦିନ ହେବ ଏମ୍ବାପ୍ପେ ଓ ପିଏସଜି କ୍ଲବ ମଧ୍ୟରେ ବିବାଦ ଚାଲିଛି । ଷ୍ଟାର ଫୁଟବଲ ଖେଳାଳିଜଣଙ୍କ ୨୦୨୪ରେ ଏହି ଚୁକ୍ତି ମିଆଦକୁ ଆଉ ବୃଦ୍ଧି କରିବାକୁ ଚାହୁଁ ନ ଥିବା ସ୍ପଷ୍ଟ କରିଛନ୍ତି । ଏମ୍ବାପ୍ପେ ନୂତନ କ୍ଲବ ସନ୍ଧାନରେ ଅଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଅଲ ହିଲାଲ ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ପିଏସଜି ମଧ୍ୟ ତାଙ୍କୁ ନୂତନ କ୍ଲବ ଖୋଜିବା ପାଇଁ ଅନୁମତି ପ୍ରଦାନ କରି ସାରିଛି । ଏମ୍ବାପ୍ପେ କେତେ ଅର୍ଥରେ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି ତାହା ଅନ୍ୟ କ୍ଲବ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ କେତେକ ରିପୋର୍ଟ ଅନୁସାରେ ଏମ୍ବାପ୍ପେ ରିୟଲ ମାଡ୍ରିଡ କ୍ଲବ ସହ ଚୁକ୍ତି କରିବା ନେଇ ଏକପ୍ରକାର ରାଜି ହୋଇଛନ୍ତି । ଖୁବ ଶୀଘ୍ର ସେ ଏ ନେଇ ଘୋଷଣା କରିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.