Latest Odisha News

ଫେବୃଆରୀରେ ହେବ ମାଟ୍ରିକ ପରୀକ୍ଷା; ତାରିଖ ଘୋଷଣା କଲା ବୋର୍ଡ

ଭୁବନେଶ୍ୱର: ଫେବୃଆରୀରେ ହେବ ୨୦୨୩-୨୪ ଶିିକ୍ଷାବର୍ଷର ମାଟ୍ରିକ ପରୀକ୍ଷା । ୨୦୨୪ ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ ବୋଲି ଆଜି ଘୋଷଣା କରିଛି   ବୋର୍ଡ । ପରୀକ୍ଷା ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛି ବୋର୍ଡ ।

ମାଟ୍ରିକ ପରୀକ୍ଷ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା କରିଛି ବୋର୍ଡ । ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ସରିବା ପରେ ସେହିମାସ ୧୨ ତାରିଖରୁୂ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଖାତା ଦେଖା ୧୨ ଦିନ ମଧ୍ୟରେ ଶେଷ କରିବା ପାଇଁ ଧାର୍ଯ୍ୟ କରିଛି ବୋର୍ଡ ।

ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ପରେ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ସିବିଏସଇ ୨୦୨୩-୨୪ ଶିିକ୍ଷାବର୍ଷର ଦଶମ ଓ ଦ୍ୱାଦଶ  ପରୀକ୍ଷା ତାରିଖ ଘୋଷଣା କରିଥିଲା । ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃଆରୀ ୧୫ରୁ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ପରୀକ୍ଷା ଏପ୍ରିଲ ୧୦ ତାରିଖ ଯାଏ ଚାଲିବ ବୋଲି ଜଣାଯାଇଛି ।

 

Leave A Reply

Your email address will not be published.