Latest Odisha News

ଆସୁଛି ବଡ ଲଘୁଚାପ, ଭିଜିବ ପାର୍ବଣ

ଭୁବନେଶ୍ବର: ୨୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ଏବେ ରାଜ୍ୟର ପ୍ରବଳ ବର୍ଷା ଅନୁଭୂତ ହେଉଛି । ଗତ ୨ ଦିନ ହେବ ବର୍ଷାର ପରିମାଣ ଟିକେ କମିଥିବା ବେଳେ ଆଜି ପୁଣି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ଅନୁଭୂତ ହୋଇଛି । ତେବେ ଏହାର ପ୍ରଭାବ କମିବା ବେଳକୁ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ସମୟରେ ଦୁର୍ଗାପୂଜା ପଡୁଥିବାରୁ ଏଥର ପୂଜା ମଉଜ ଫିକା ପଡିପାରେ ବୋଲି ଆଶା ।

ତେବେ ଗତ ୨୫ ଓ ୨୬ ତାରିଖରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଦେଖିବାକୁ ମିଳିଥିଲା । ୨୭ ଓ ୨୮ ତାରିଖରେ ଟ୍ବିନ୍ ସିଟିରେ ବର୍ଷାର ପରିମାଣ କମିଥିବା ବେଳେ ଟାଣ ଖରା ଅନୁଭୂତ ହୋଇଥିଲା । ହେଲେ ରବିବାର ଭୁବନେଶ୍ବର କଟକ ସମେତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡଘଡି ଦେଖିବାକୁ ମିଳିଛି ।

ତେବେ ଏହାକୁ ନେଇ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ଜିଲ୍ଲାକୁ ହାଲୁକା ଧରଣର ବର୍ଷା ନେଇ ସତର୍କ ଜାରି ହୋଇଛି । ସେଗୁଡିକ ହେଲା, ଅନୁଗୁଳ, ଢେଙ୍କାନାଳ, କଟକ, ଗଞ୍ଜାମ, ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ, କନ୍ଧମାଳ, ଦେଓଗଡ, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ବାଲେଶ୍ବର ଏବଂ ଗଜପତି ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.