Latest Odisha News

BREAKING NEWS

ଦକ୍ଷିଣ ଓଡ଼ିଶାରେ ବର୍ଷୁଛି, ଟୁଇନ୍ ସିଟିକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର ଆନ୍ଧ୍ରପ୍ରଦେଶର କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି ବର୍ଷା । ଗଞ୍ଜାମ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷୁଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେଉଛି ।

ଆସନ୍ତାକାଲି ସକାଳ ଯାଏ ୮ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ଏସବୁ ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ଜଗତସିଂହପୁର ଓ ପୁରୀ ।

ସେହିପରି ଭୁବନେଶ୍ୱର ଓ କଟକ ସହରରେ ବି ପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନ ୧୨ଟା ସୁଦ୍ଧା ଟୁଇନ ସିଟିର ପ୍ରବଳ ବର୍ଷା ସମ୍ଭାବନା ରହିଛି । ସକାଳୁ ସକାଳୁ ଭୁବନେଶ୍ୱରରେ ବର୍ଷା ହୋଇଛି ।

Leave A Reply

Your email address will not be published.