Latest Odisha News

BREAKING NEWS

ଏହି ମହାନ ବ୍ୟକ୍ତିମାନେ କପିଲ ଶର୍ମା ଶୋଠାରୁ ଏବେ ବି ନିଜକୁ ଦୂରେଇ ରଖିଛନ୍ତି

ମୁମ୍ବାଇ: କପିଳ ଶର୍ମାଙ୍କ କମେଡି ଶୋ ଦି କପିଲ ଶର୍ମା ଶୋ ବଲିଉଡ ଫିଲ୍ମ ପ୍ରମୋଶନର ଏକ ଭଲ ପ୍ଲାଟଫର୍ମ ସାଜିଛି । ଦର୍ଶକଙ୍କ ପସନ୍ଦ ସତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ଅନ୍ୟ ବିଭାଗର ମହାନ ବ୍ୟକ୍ତିମାନେ ବାରମ୍ବାର ନିମନ୍ତ୍ରଣ ସତ୍ୱେ ଶୋରେ ଯୋଗ ଦେବାକୁ ପସନ୍ଦ କରି ନାହାନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅମୀର ଖାଁ, ରଜନୀକାନ୍ତ, ଲତା ମଙ୍ଗେସକର, ମହେନ୍ଦ୍ର ସିଂ ଧୋନୀ, ମୁକେଶ ଖାନ୍ନା, ନାନା ପାଟେକର ଓ ସଚିନ ତେନ୍ଦୁଲକର । ସଚିନଙ୍କ ପତ୍ନି ଅଞ୍ଜଳିଙ୍କୁ ନଭଜୋତ ସିଂ ସିଦ୍ଧୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଥିଲେ ମଧ୍ୟ ବ୍ୟସ୍ତ କାର୍ଯ୍ୟସୂଚୀ ଦେଖାଇ ସେ ଏହାଠାରୁ ନିଜକୁ ଦୂରେଇ ନେଇଥିଲେ ।

ଅମୀର ଅନ୍ୟ ପ୍ଲାଟଫର୍ମରେ ଦଙ୍ଗଲ, ପିକେ, ଧୂମ୩ ଓ ଠଗ୍ସ ଅଫ ହିନ୍ଦୁସ୍ତାନ ପରି ଫିଲ୍ମର ପ୍ରମୋଶନ ପାଇଁ ଯାଇଥିବା ବେଳେ କପିଲ ଶୋକୁ ଆସି ନ ଥିଲେ । ସେହିପରି ଅନେକ ଷ୍ଟାର କ୍ରିକେଟ ଖେଳାଳି ଏହି ଶୋରେ ଯୋଗ ଦେଇଥିବା ବେଳେ ଧୋନୀଙ୍କ ଡକା ଯାଇଥିଲେ ମଧ୍ୟ ସେ ଆସି ନ ଥିଲେ । ଦେଖାଯାଉ ଆଗକୁ ଏହି ଷ୍ଟାରମାନେ କପିଳଙ୍କ ସୌଭାଗ୍ୟ ବଢ଼ାଉଛନ୍ତି ନାଁ ପୂର୍ବ ଭଳି ଦୂରେଇ ରହୁଛନ୍ତି ଦେଖିବା କଥା ।

Comments are closed.