ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତିମାନେ ବି ଦେଇନାହାନ୍ତି ଆୟକର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। ଆମାଜନ ମୁଖ୍ୟ ଜେଫ୍ ବେଜୋସ୍ଙ୍କଠାରୁ ଆରମ୍ଭ କରି ଟେସଲା ପ୍ରତିଷ୍ଠାତା ଏଲନ୍ ମସ୍କଙ୍କ ଭଳି ଅନେକ ବିଲିୟନେୟାର ଏହି ତାଲିକାରେ ଅନ୍ତର୍ଭୁକ୍ତ।
ସୂଚନା ଅନୁଯାୟୀ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ କୌଣସି ଆୟକର ଦେଇନାହାଁନ୍ତି। ଟେସଲା ପ୍ରତିଷ୍ଠାତା ଏଲୋନ୍ ମସ୍କଙ୍କ ଆୟକର ବିଲ୍ ମଧ୍ୟ ୨୦୧୮ ରେ ଶୂନ ଥିଲା।
ମୋଟ ଉପରେ, ଧନୀମାନେ ୨୫ ଆମେରିକୀୟ ସାଧାରଣ ଶ୍ରମିକଙ୍କ ତୁଳନାରେ ୧୫.୮ ପ୍ରତିଶତ ଆଡଜଷ୍ଟଡ୍ ମୋଟ ଆୟର ଟିକସ କମ୍ ଦିଅନ୍ତି।