Latest Odisha News

ଛାତ୍ରଙ୍କଠୁ ନେତା ସଭିଏଁ ନବୀନଙ୍କୁ ଜଣାଉଛନ୍ତି ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି। ତାଙ୍କ ଜନ୍ମ ଦିନ ଅବସରରେ ଦଳୀୟ ନେତା ତଥା ସମାଜର ବିଭିନ୍ନ ବର୍ଗର ଲୋକ, ଛାତ୍ରଛାତ୍ରୀ ନବୀନ ନିବାସକୁ ଯାଇ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଅରବିନ୍ଦ ମହାପାତ୍ର, ସୁନୀଲ ମହାନ୍ତି, ସୌଭିକ ବିଶ୍ୱାଳ, ରମେଶ ମାଝି, ଶ୍ରୀମୟୀ ମିଶ୍ର, ମନ୍ମଥ ରାଉତରାୟ, ସୁଧୀର ସାମଲ, ଲତିକା ପ୍ରଧାନ, ଲୋପାମୁଦ୍ରା ବକ୍ସିପାତ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ଦଳୀୟ ନେତୃବୃନ୍ଦ ରହିଛନ୍ତି।

ସେହିପରି ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନର ସଭ୍ୟା, ବିଏମସି ର କର୍ପୋରେଟର ମାନଙ୍କ ସମେତ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ମଧ୍ଯ ନବୀନଙ୍କୁ ଭେଟି ତାଙ୍କ ଦୀର୍ଘଜୀବନ କାମନା କରିଥିଲେ।

 

Leave A Reply

Your email address will not be published.