ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସବ ମୁଖର ଥିବା ବେଳେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ହୋଇଛି। ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ସୋମବାର ମଧ୍ୟରାତ୍ରିରୁ ଏହି ନୂଆ ଲାଗୁ ହୋଇଛି ।
ଏହା ସହିତ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଯାନବାହାନ ପାଇଁ ଇନ୍ଧନ ଭାବରେ ବ୍ୟବହୃତ ସିଏନଜିର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୮୬ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଘରୋଇ ପିଏନଜି ମୂଲ୍ୟ ୫୨.୫୦ ଟଙ୍କା ହୋଇଛି। ପବ୍ଲିକ ସେକ୍ଟର କମ୍ପାନୀ କହିଛି ଯେ ସରକାର ଅକ୍ଟୋବର ୧ ରୁ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ତେଣୁ ସେମାନେ ଏପରି ପଦକ୍ଷେପ ନେବାକୁ ପ଼ଡିଛି।
ସେପ୍ଟେମ୍ବର ୩୦ ରେ ଘରୋଇ ଉତ୍ପାଦିତ ଗ୍ୟାସ ମୂଲ୍ୟର ଦାମ ଅକ୍ଟୋବର ୧ରୁ ୪୦% ବୃଦ୍ଧି ହେବ ବୋଲି ଘୋଷଣା ହୋଇଥିଲା। ଏହାପୂର୍ବରୁ ଏପ୍ରିଲ ୧ରେ ଗ୍ୟାସ ଦର ୧୧୦ ପ୍ରତିଶତ ବୃଦ୍ଧି ପାଇଥିଲା। ସରକାର ଏପ୍ରିଲ ୧ ଏବଂ ସେପ୍ଟେମ୍ବର ୩୦ରେ ବର୍ଷକୁ ଦୁଇଥର ଗ୍ୟାସ ମୂଲ୍ୟ ସଂଶୋଧନ କରନ୍ତି।
ଗ୍ୟାସ ବିତରଣ କମ୍ପାନୀ ଏମଜିଏଲ କହିଛି ଯେ ଏହି ବୃଦ୍ଧି ପରେ ସିଏନଜି ଏବଂ ପେଟ୍ରୋଲ ଦର ମଧ୍ୟରେ ୪୫ ପ୍ରତିଶତ କମ୍ ରହିଛି। ସେହିପରି ପିଏନଜି ଏବଂ ଏଲପିଜି ଦର ମଧ୍ୟରେ ୧୧ ପ୍ରତିଶତ ଫରକ ରହିଛି।
Comments are closed.