Latest Odisha News

BREAKING NEWS

ଏଥର ଅଫିିସିଆଲ: ଟି୨୦ ବିଶ୍ୱକପରୁ ଓହରିଲେ ବୁମରାହ

ମୁମ୍ବାଇ: ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପରୁ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଆଜି ଏହାର ବିଧିବଦ୍ଧ ଘୋଷଣା କରିଛି ବିସିସିଆଇ । ବୋର୍ଡର ମେଡିକାଲ ଟିମ ବୁମରାହ ସ୍ୱାସ୍ଥାବସ୍ଥା ନେଇ ଭଲ ଭାବେ ଅନୁଧ୍ୟାନ କରିବା ପରେ ତାଙ୍କୁ ବିଶ୍ୱକପ ଦଳରୁ ବାଦ ଦେବା ପାଇଁ ନିଷ୍ପତି ନେଇଛି ବୋଲି କୁହାଯାଇଛି । ଖୁବ ଶୀଘ୍ର ବିସିସିଆଇ ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିବ । ପିଠି ସମସ୍ୟା ଯୋଗୁ ବୁମରାହଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ ଦିଆଯାଇଥିଲା । ବୁମରାହଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅତି କମରେ ୪ରୁ ୬ମାସ ସମୟ ଲାଗିବ ।

ତାଙ୍କ ଫିଟନେସ ସମସ୍ୟା ସୁଧୁରିଯିବା ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ କୋଚ ରାହୁଲ ଦ୍ରାବିଡ ଦୃଢ଼ ଆଶାୟୀ ଥିଲେ । ମାତ୍ର ଏନସିଏରେ ତାଙ୍କ ଆଘାତ ସମସ୍ୟା ଗୁରୁତର ବୋଲି ଜଣା ପଡିଥିଲା ।

Leave A Reply

Your email address will not be published.