Latest Odisha News

BREAKING NEWS

ଆଜି ପଦ୍ମ ଧରି ପାରନ୍ତି ସଚିନ ପାଇଲଟ୍ !

ନୂଆଦିଲ୍ଲୀ: କଂଗ୍ରେସରୁ ମୋହ ତୁଟି ଗଲାଣି । ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ଏବେ ସଚିନ ପାଇଲଟ୍ । ହାତ ସହ ସମ୍ପର୍କ କାଟି ପଦ୍ମ ଧରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଆଜି ସେ ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିେର ସାମିଲ ହୋଇ ପାରନ୍ତି । ଗତକାଲି ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କୁ ଭେଟିଥିଲେ ସଚିନ ପାଇଲଟ୍ ।

ଗତକାଲି ସଚିନ ପାଇଲଟ୍ ସଫା ସଫା କହିଥିଲେ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଆଜି ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ସେ ଯୋଗ ଦେବେ ନାହିଁ । ତାଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ରହିଛି ।

ଦୁଇ ଶହ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଅଛନ୍ତି । ସମର୍ଥନ ଦେଇଛନ୍ତି କିଛି ସ୍ୱାଧୀନ ବିଧାୟକ । ବିଜେପିର ଅଛନ୍ତି ୭୨ ବିଧାୟକ । ଯଦି ସଚିନ ପାଇଲଟଙ୍କ ଦାବି ଅନୁସାରେ ୩୦ ବିଧାୟକ କଂଗ୍ରେସକୁ ବାଏ ବାଏ କହିଲେ ଗେହଲଟ ସରକାର ପ୍ରତି ସଙ୍କଟ ବଢ଼ିବ ।

Leave A Reply

Your email address will not be published.