Latest Odisha News

BREAKING NEWS

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା ଖାଦ୍ୟ ଖାଉଛନ୍ତି । ସ୍ପେସ୍‌-ଏକ୍ସ୍‌’ର ‘ଡ୍ରାଗନ୍‌ କାର୍ଗୋ’ ମହାକାଶଯାନରେ ୭,୭୦୦ ପାଉଣ୍ଡ ଓଜନର ଗବେଷଣା ‘ହାର୍ଡୱେର୍‌’ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଥବା କଥା ‘ନାସା’ କହିଛି ।

ଏଥିସହ, ମହାକାଶଚାରୀଙ୍କ ପାଇଁ ବାମନ ଟମାଟୋ ମଞ୍ଜି, ଆଇସ୍‌କ୍ରିମ୍‌ ଏବଂ ‘ମସଲାଦିଆ କଞ୍ଚା ବିନ୍‌ସ୍‌’ ‘କ୍ରେନ୍‌ବେରି ଆପ୍ଲ୍‌ ଡେଜର୍ଟ’, କଖାଇ ପାଇ ଏବଂ କ୍ୟାଣ୍ଡି କର୍ଣ୍ଣ ଆଦି ‘ଥ୍ୟାଙ୍କସ୍‌ ଗିଭିଙ୍ଗ୍‌ ଫେୟାର୍‌’ ଭାବେ ପଠାଯାଇଛି। ପୂର୍ବରୁ ମହାକାଶଚାରୀମାନେ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ବିଭିନ୍ନ ପ୍ରକାରର ଲେଟ୍ୟୁସ୍‌, ମୂଳା, ଲଙ୍କା ଚାଷ କରିଛନ୍ତି । ତେବେ ବର୍ତ୍ତମାନ ‘ରେଡ୍‌ ରିବନ୍‌’ କିସମର ‘ଚେରି ଟମାଟୋ’ ଚାଷ କରିବେ ମହାକାଶଚାରୀ ।

ତେବେ ପଠାଯାଇଥିବା ଟମାଟୋ ମଞ୍ଜିଗୁଡ଼ିକୁ ଦୁଇ ପ୍ରକାରର ଆଲୋକରେ ଚାଷ କରାଯିବ  । ଏବେ ଏହି ଟମାଟୋ ମଞ୍ଜି ପୃଥିବୀରେ ମଧ୍ୟ ଚାଷ କରାଯାଉଛି  । ଚାଷ ସରିବା ପରେ କଉଁଠି ଅଧିକ ଫଳୁଛି ଏଥିସହ କେଉଁ ଫଳରେ ପୋଷକତତ୍ତ୍ବ ଓ ସ୍ବାଦ ରହୁଛି ସେନେଇ ବୈଜ୍ଞାନିକମାନେ ଗବେଷଣା କରିବେ।

 

Leave A Reply

Your email address will not be published.