Latest Odisha News

ଭାରତ କେଉଁ ଦେଶରୁ ଅଧିକ ଅଶୋଧିତ ତେଲ ଆମଦାନୀ କରେ ?

ନୂଆଦିଲ୍ଲୀ: ଭାରତ ନିଜର ତୈଳ ଆବଶ୍ୟକତାକୁ ପୂରଣ କରିବାକୁ ଯେଉଁ ପଦକ୍ଷେପ ନେଇଛି ତାକୁ ରାଜନୀତିକରଣ କରିବା ଠିକ୍ ନୁହେଁ । ଯେଉଁ ଦେଶମାନେ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କିମ୍ବା ଯେଉଁ ଦେଶ ଋଷ ପାଖରୁ ତେଲ ଆମଦାନୀ କରନ୍ତି ସେମାନେ ସେମାନେ ପ୍ରତିବନ୍ଧକ ବାଣିଜ୍ୟକୁ ସମର୍ଥନ କରିପାରିବେ ନାହିଁ । କେନ୍ଦ୍ର ସରକାର ଏହା କହିଛନ୍ତି।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲ ଦର ବଢିଛି । ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅଶୋଧିତ ତେଲ ଉତ୍ପାଦନକାରୀ ଦେଶ ହେଉଛି ଋଷିଆ। ଏବେ ଆମେରିକା ଏବଂ ଅନେକ ୟୁରୋପୀୟ ଦେଶ ଋଷର ତେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢିଛି । ଯାହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ପଡିଛି। ଏହାରି ଭିତରେ ଋଷ ଭାରତକୁ ରିହାତିରେ ତେଲ ବିକ୍ରିର ପ୍ରସ୍ତାବକୁ ଭାରତ ଗ୍ରୀନ ସିଗନାଲ ଦେଇଛି। ଏହାପରେ ଆମେରିକା ପରୋକ୍ଷରେ ଅସନ୍ତୋଷ ପ୍ରକାଶ କିରଛି । କିନ୍ତୁ ଭାରତ ତେଲ କିଣିଲେ ଆମେରିକା ସହିତ ହୋଇଥିବା ଚୁକ୍ତିର କୌଣସି ଉଲ୍ଲଂଘନ ନୁହେଁ ବୋଲି ହ୍ୱାଇଟ୍ ହାଉସ କହିଛି। ଏହାପରେ ଶୁକ୍ରବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଭାରତ ଏପରି କହିଛି ।

ଭାରତ ନିଜର ଏନର୍ଜି ବା ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ। ଏହାର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ (ଦୈନିକ ୫ ନିୟୁତ ବ୍ୟାରେଲ) ମୁଖ୍ୟତଃ ପଶ୍ଚିମ ଏସିଆର ଇରାକରୁ ୨୩ ପ୍ରତିଶତ, ସାଉଦି ଆରବରୁ ୧୮ ପ୍ରତିଶତ, ୧୧ ପ୍ରତିଶତ ୟୁଏଇରୁ ଭାରତ ଆମଦାନୀ କରିଥାଏ । ଆମେରିକାରୁ ମଧ୍ୟ ଭାରତ ୭.୩ ପ୍ରତିଶତ ପାଇଁ ଅଶୋଧିତ ତୈଳ ଆମଦାନୀ କରେ। ଚଳିତ ବର୍ଷ ଆମେରିକାରୁ ଭାରତ ଅଶୋଧିତ ତେଲ ଆଉ ୪ ପ୍ରତିଶତ ଅର୍ଥାତ ୧୧ ପ୍ରତିଶତ ଆମଦାନୀ କରିବ ବୋଲି ବିଭିନ୍ନ ରିପୋର୍ଟରୁ ଜଣାପଡିଛି। ଯାହାକି ଆମେରିକା ସହିତ ଭାରତର  ସମ୍ପର୍କ ସ୍ଥାପନ ଦିଗରେ ସହଯୋଗ କରିବ ବୋଲି ଜଣାପଡିଛି।

ବୈଦିଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଯୁଦ୍ଧ ମଧ୍ୟରେ ସମସ୍ତ ଉତ୍ପାଦକ ଯେଉଁଭଳି ତେଲକୁ ନେଇ ପ୍ରସ୍ତାବ ଦେଇଛନ୍ତି ଆମେ ସ୍ୱାଗତ କରୁଛୁ । ସେ କହିଛନ୍ତି, ଭାରତ ଏହାର ଅଧିକାଂଶ ତୈଳ ଆମଦାନୀ କରିଥାଏ ଏବଂ ଏହାର ଆବଶ୍ୟକତା ଆମଦାନୀ ଦ୍ୱାରା ପୂରଣ ହୋଇଥାଏ । ତେଣୁ ଆମେ ବିଶ୍ୱ ବଜାରରେ ସମସ୍ତ ସୁଯୋଗର ଫାଇଦା ଉଠାଇବାକୁ ପ୍ରୟାସ କରୁଛୁ । କାରଣ ଆମେ ଏହି ପରିସ୍ଥିତିରେ ଆମର ତୈଳ ଆବଶ୍ୟକତା ପାଇଁ ଆମଦାନୀର ସମ୍ମୁଖୀନ ହେଉଛୁ, ଭାରତ ତେଲ ଯୋଗାଣ କ୍ଷେତ୍ରରେ ଏକ ବଡ଼ ରାଷ୍ଟ୍ର ହୋଇ ପାରିନାହିଁ, ଅନେକ ଦେଶ ବିଶେଷ କରି ୟୁରୋପରେ ଏ ଦିଗରେ ଆଗରେ ରହିଛି ବୋଲି ପରୋକ୍ଷରେ କହିଛନ୍ତି।

ଅଶୋଧିତ ତେଲ ଦର ଅଧିକ ଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଦର ଅଧିକ ରହିଛି । ତେଣୁ ଏବେ ରୁଷ ୨୫-୨୭ ପ୍ରତିଶତ ରିହାତି ଦରରେ ତେଲ ଦେବ। ଏବଂ ଋଷ ଭାରତୀୟ ମୂଦ୍ରାରେ ତେଲ ବିକ୍ରି କରିବାକୁ ରାଜି ହୋଇଛି । ଏହାଦ୍ୱାରା ଦେଶରେ ତେଲ ଦର କମିବ ବୋଲି ସୂଚନା ରହିଛି ।

Comments are closed.