Latest Odisha News

BREAKING NEWS

ଭାରତରେ ଦୁଇ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କଲା ଏଲନ ମସ୍କ କମ୍ପାନୀ ଏକ୍ସ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ଜାରି କଲା ମାସିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ । ଯାହା ସୂଚନା ରହିଛି ଭାରତରେ ୨୧୩୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଦେଇଛି କମ୍ପାନୀ । ଫେବୃଆରୀ ୨୬ ରୁ ମାର୍ଚ୍ଚ ୨୫ ମଧ୍ୟରେ ଭାରତରେ ୨,୧୨,୬୨୭ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ…

ବୁଥ୍ ବିଜୟ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେପିର ଶକ୍ତି ପ୍ରଦର୍ଶନ

ନୂଆପଡ଼ା: ନିର୍ବାଚନ ତାତି ଯେତିକି ବଢ଼ି ବଢ଼ି ଚାଲିଛି କର୍ମୀ ଓ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିଛି । ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୩୦୨ ବୁଥ୍ ର ହଜାର ହଜାର ଲୋକଙ୍କ ସମାଗମ ବିଜେପିର ଲୋକ ପ୍ରିୟତାକୁ ସୁଚାଉଥିବା ମନେ ହେଉଥିଲା । ଆଜି ଖଡ଼ିଆଳ ଠାରେ…

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶ୍ୱର: ଯେତିକି ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ସେତିକି ରାଜ୍ୟରାଜନୀତି ସରଗରମ ହେବାରେ ଲାଗିଛି । ଆଉ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ସେହିପରି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ । ଚିତ୍ତରଞ୍ଜନ ନିଜ ଇସ୍ତଫା ପତ୍ର ଦଳର…

ଚଳିତଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ: ଆଇଏମଡିର ‘ମୌସୁମୀ’ ଆକଳନ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ଆଇଏମଡିର ‘ମୌସୁମୀ’ ଆକଳନ ଅନୁଯାୟୀ ଚଳିତଥର ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫ ପ୍ରତିଶତ କମ କିମ୍ବା ଅଧିକ…

ଆଜି ବି ନିରାଶ, ୨୩ ଯାଏଁ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିଓ୍ବାଲ, ଏପ୍ରିଲ ୨୯ରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହୋଇପାରିଲାନି ତୁରନ୍ତ ଶୁଣାଣି ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ମଧ୍ୟ କେଜ୍ରିୱାଲଙ୍କୁ ନିରାଶ ହେବାକୁ ପଡିଛି । ମାମଲାର ଶୁଣାଣି ଏପ୍ରିଲ ୨୯ ରେ…

ବିଜେଡି ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଭାସ ସିଂହ ଧରିଲେ ପଦ୍ମ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପ୍ରଭାସ ସିଂହ । ବରଗଡର ପୂର୍ବତନ ସାଂସଦ ପ୍ରଭାସ ନିକଟରେ ବିଜେଡି ଛାଡିଥିଲେ । ସେ ଏପ୍ରିଲ ୮ ରେ ବିଜେଡି ଛାଡିଥିଲେ । ସେ ନିଜେ ନବୀନ ନିବାସ ଆସି ନିଜ…

ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ନୂଆଦିଲ୍ଲୀରେ ମହାବିଷୁବ ସଂକ୍ରାନ୍ତି ମିଳନ

ନୂଆଦିଲ୍ଲୀ : ଚଳିତବର୍ଷ ପ୍ରବାସୀ ଓଡ଼ିଆ ବିକାଶ ସମିତି(ପିଓଭିଏସ୍) ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଶ୍ଵ ଯୁବକ କେନ୍ଦ୍ର ପ୍ରେକ୍ଷାଳୟରେ ମହାବିଷୁବ ସଂକ୍ରାନ୍ତି ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପଣା ପିଇ ଓଡ଼ିଆ ଘରର ଖାଦ୍ୟ ଖାଇ ଓଡ଼ିଶୀ, ସମ୍ବଲପୁରୀ ସମେତ ବିଭିନ୍ନ ନୃତ୍ୟ…

ବିଜେଡିର ମିଶ୍ରଣ ପର୍ବ: ଦଳରେ ମିଶିଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଚଳି ପିଡିକା

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା । ଆଜି ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।…

ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ନୂଆପଡା: ବାଇକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ନୂଆପଡା ଜିଲ୍ଲା ସିନାପାଲି ଥାନା ସାଲେବିହିଡି ହନୁମାନ ଛକ ବିଜୁ ଏକ୍ସପ୍ରେସ ୱେ ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ଦ୍ବୟ ହେଲେ ସ୍ଥାନୀୟ ବୈଗାପଡା ଗ୍ରାମର ଦୁର୍ଯ୍ୟୋଧନ…

ରବି ଧାନ ସଂଗ୍ରହ କମିଟି ବୈଠକ, ମେ’ରୁ ସାରା ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମେ ମାସ ୨୦ ତାରିଖରୁ…