Latest Odisha News

BREAKING NEWS

ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ନୂଆଦିଲ୍ଲୀରେ ମହାବିଷୁବ ସଂକ୍ରାନ୍ତି ମିଳନ

ନୂଆଦିଲ୍ଲୀ : ଚଳିତବର୍ଷ ପ୍ରବାସୀ ଓଡ଼ିଆ ବିକାଶ ସମିତି(ପିଓଭିଏସ୍) ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଶ୍ଵ ଯୁବକ କେନ୍ଦ୍ର ପ୍ରେକ୍ଷାଳୟରେ ମହାବିଷୁବ ସଂକ୍ରାନ୍ତି ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପଣା ପିଇ ଓଡ଼ିଆ ଘରର ଖାଦ୍ୟ ଖାଇ ଓଡ଼ିଶୀ, ସମ୍ବଲପୁରୀ ସମେତ ବିଭିନ୍ନ ନୃତ୍ୟ ଗୀତର ତାଳେ ତାଳେ ଓଡ଼ିଆ ନୂଆବର୍ଷକୁ ପ୍ରବାସୀ ଓଡ଼ିଆ ପାଳନ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ପ୍ରବାସୀ ଓଡ଼ିଆ ବିକାଶ ସମିତି(ପିଓଭିଏସ)ର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ ସାଂସଦ ତଥା ଆରଏସଏସର ବରିଷ୍ଠ ବିଚାରକ ରାକେଶ ସିହ୍ନା ମୁଖ୍ୟ ଅତିଥି ଭବରେ ଯୋଗଦେଇ ପାରିବାରିକ ଓ ମାନବିକ ମୁଲ୍ୟବୋଧର ଅବକ୍ଷୟ ବିଷୟରେ ଆଲୋକପାତ କରିଥିଲେ। ଚିନ୍ମୟ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ କରିଥିବା ବେଳେ ସାଧାରଣ ସମ୍ପାଦିକା ବିଜୟା ନବମୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ଵିତୀୟ ପର୍ଯ୍ୟୟରେ ପିଟିଆଇ( ଭିଡିଓ ସର୍ଭିସେସ) ସମ୍ପାଦକ ରାଜେଶ ସୁନ୍ଦରମ୍ ଡିପ୍ ଫେକର ଭୟାବହତା ଓ ଗୁଣାତ୍ମକ କଣ୍ଟେଣ୍ଟ ଉପରେ ଆଲୋଚନା କରିଥିଲେ। ଏହା ସହ ପ୍ରବାସୀ ଓଡ଼ିଆ ବିକାଶସମିତି (ପିଓଭିଏସ)ର ସମ୍ପାଦକ ପ୍ରଫେସର୍ ସତ୍ୟଭୂଷଣ ଦାଶ ସକାରାତ୍ମକ ଖବର ରାଷ୍ଟ୍ରକୁ ଆଗକୁ ବଢ଼ିବାକୁ ଉତ୍ସାହିତ କରୁଥିବା ବେଳେ ନକରାତ୍ମକ ଖବର ପରିବେଷଣ କିପରି ଆମ ରାଷ୍ଟ୍ର ତଥା ବିଶ୍ୱକୁ ପ୍ରଭାବିତ କରୁଛି ଓ ଏହାର ପରିଣାମ କେତେ ଭୟାନକ ହେଇପାରେ ସେ ଉପରେ ଦୃଷ୍ଟିପାତ କରିଥିବା ବେଳେ ଗଣମାଧ୍ୟମ ନିଜର ଦାୟିତ୍ଵକୁ ତୁଲାଇ ସଠିକ୍ ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜୟନ୍ତ ରଙ୍ଗନାଥନ୍ ଆଗାମୀ ଶତକ ଭାରତବର୍ଷର, ଭାରତର ଅଭିବୃଦ୍ଧି ହାର ସର୍ବକାଳୀନ ଅଧିକ। ଡ. ଅଜିତ୍ ପାଠକ ଓ ସନ୍ଦୀପ ସକସେନା ପ୍ରମୁଖ ରାଷ୍ଟ୍ରର ଅଭିବୃଦ୍ଧି ଓ ବିକାଶ ଉପରେ ସକାରାତ୍ମକ ଖବରର ପ୍ରଭାବ ଉପରେ ନିଜ ନିଜର ମତ ରଖିଥିଲେ।

ଏହି ଉତ୍ସବରେ କଳାକାର ମଧୁରିମା ପଣା ସଂକ୍ରାନ୍ତି ଉପରେ ଏକ ଚିତ୍ର କରିଥିବା ବେଳେ ସନ୍ତୋଷ ରାଉତ ସଙ୍ଗୀତ ନୃତ୍ୟାଭିନୟ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ପ୍ରକାଶ ସାହୁ ଦେଇଥିଲେ।

Leave A Reply

Your email address will not be published.