Latest Odisha News

BREAKING NEWS

ବିଜେଡି ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଭାସ ସିଂହ ଧରିଲେ ପଦ୍ମ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପ୍ରଭାସ ସିଂହ । ବରଗଡର ପୂର୍ବତନ ସାଂସଦ ପ୍ରଭାସ ନିକଟରେ ବିଜେଡି ଛାଡିଥିଲେ । ସେ ଏପ୍ରିଲ ୮ ରେ ବିଜେଡି ଛାଡିଥିଲେ । ସେ ନିଜେ ନବୀନ ନିବାସ ଆସି ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ସେ ଦଳରେ ସାମିଲ ହୋଇଥିଲେ।

ପ୍ରଭାସ ସିଂହ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ । । କିନ୍ତୁ ଦଳ ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଥିଲା। ତେବେ ପ୍ରସନ୍ନ ପରାସ୍ତ ହୋଇଥିଲେ। ଏଥର ଟିକେଟ ମିଳିବ ବୋଲି ଆଶା ରଖିଥିଲେ ପ୍ରଭାସ ସିଂହ। ହେଲେ ଦଳ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଲା। ଏହା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରଭାସ ସିଂହ।

ବିଜେପିରେ ଯୋଗ ଦେବା ପରେ ପ୍ରଭାସ ସିଂହ କହିଛନ୍ତି, ‍ବିଜେଡିରେ ନିଜର ଆତ୍ମସମ୍ମାନ ନାହିଁ। ତେଣୁ ବିଜେଡି ଛାଡ଼ିଲି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଦରକାର। ଓଡ଼ିଶାରେ ଖୁବଶୀଘ୍ର ଆସିବ ବିଜେପି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେ ସବୁ ଯୋଜନା କରିଛନ୍ତି, ସେଥିରୁ କିଛି ଏବେବି ସେଠାରେ ଲାଗୁ ହେବାକୁ ବାକି ଅଛି।

Leave A Reply

Your email address will not be published.