Latest Odisha News

BREAKING NEWS

ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ହୋଇଛି। ମଧୁମେହ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍‌ ହେବା ପରେ ଅଭିନୟ ଜଗତରେ ପାଦ…

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ୍ ଅଶୋକ ଚୌହାନ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି। ଯାହା ବିରୋଧୀ ମେଣ୍ଟକୁ ଆଉ ଏକ ଝଟକା ଦେଇଛି। ବିଜେପିରେ ଯୋଗ ଦେବେ କି ବୋଲି ପଚରାଯିବାରୁ ଚୌହ୍ୱାନ ଗଣମାଧ୍ୟମକୁ କହିଛନ୍ତି, ମୁଁ…

ଚାଷୀଙ୍କ ଦୁଃଖ ଶୁଣିଲେ ରାଜ୍ୟପାଳ, ସୁନ୍ଦରଗଡ଼ର ସ୍କୁଲ ଓ କ୍ଷେତ ପରିଦର୍ଶନ କଲେ

ସୁନ୍ଦରଗଡ଼: ରାଜ୍ୟପାଳ ରଘୁବର ଦାସ ସୋମବାର ସୁନ୍ଦରଗଡ଼ ଜିଲ୍ଲା ସୁବଡେଗା ବ୍ଲକପରିଦର୍ଶନ କରି ଚାଷୀ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।…

ନିର୍ବାଚନ ମୁଡରେ ରାଜ୍ୟ କଂଗ୍ରେସ: ପିସିସି ସଭାପତି କହିଲେ ଓଡ଼ିଶା ଆସିବେ ପ୍ରିୟଙ୍କା ଓ ପାଇଲଟ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟକ୍କର ଦେବାକୁ କଂଗ୍ରେସ ଦଳ ପ୍ରସ୍ତୁତି ଚଳାଇଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ସଚିନ ପାଇଲଟଙ୍କ ସମେତ ଦଳର ଅନେକ ପ୍ରମୁଖ ନେତା ଖୁବଶୀଘ୍ର ରାଜ୍ୟ…

କଟକ: ବେଆଇନ ଓଜନ ମେସିନ୍ ୟୁନିଟ୍ ଉପରେ ଚଢ଼ାଉ, ୨୫ଟି ମେସିନ୍ ଜବତ

କଟକ: ପୁଲିସ ଓ ଓଜନ ଓ ମାପ ବିଭାଗର ଅଧିକାରୀମାନେ ମିଳିତ ଅପରେସନ୍ କରି ସୋମବାର କଟକରେ ଓଜନ ମେସିନ୍ ତିଆରି କରୁଥିବା ଏକ ବେଆଇନ ୟୁନିଟର ପର୍ଦ୍ଦାଫାସ କରିଛନ୍ତି। ମଧୁପାଟଣା ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳର ଏକ ଘରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିନା ଅନୁମତି କିମ୍ବା ଲାଇସେନ୍ସରେ ଏହି…

ସାର୍ଟିଫିକେଟ ଜାଳି ଚାକିରି ଦାବି କଲେ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର: ରାଜ୍ୟ ସରକାର ଚାକିରି ଦେବାରେ ବିଫଳ ହେବା ପ୍ରତିବାଦରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ତାଙ୍କ ସାର୍ଟିଫିକେଟରେ ନିଆଁ ଲଗାଇ ଦେଇଛନ୍ତି। ଇଞ୍ଜିନିୟରିଂ ଡିପ୍ଲୋମା ଓ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନେ ରାଜଧାନୀସ୍ଥିତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ…

ଲୋକସଭାକୁ ବାଏ ବାଏ, ରାଜ୍ୟସଭାରେ ପ୍ରବେଶ କରିବେ ସୋନିଆ ଗାନ୍ଧୀ?

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଲୋକସଭାରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ଶେଷ କରି ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି। କଂଗ୍ରେସର ଶୀର୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ରାଜସ୍ଥାନରୁ ଦଳର ରାଜ୍ୟସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି। ୭୭ ବର୍ଷ…

ପିଡିଏସ୍ ହିତାଧିକାରୀଙ୍କ ପାଇଁ ୧୦୦୦ ଟଙ୍କା, ଗ୍ରାମୀଣ ଯୁବକଙ୍କ ପାଇଁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର:  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟରେ ଗରିବ ଓ ଯୁବବର୍ଗଙ୍କ ପାଇଁ ଅନେକ କଲ୍ୟାଣମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୬ଟି ପ୍ରସ୍ତାବକୁ ଅନୁମୋଦନ କରାଯିବା ସହ…

ରାଜ୍ୟସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ନିଜର ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ…

କାହିଁକି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ?

ଭୁବନେଶ୍ୱର:ଓଡ଼ିଶା ଆସିବେ ବିଜେପିର କେନ୍ଦ୍ରୀୟ ବରିଷ୍ଠ ନେତା। ଘନ ଘନ ନେତାଙ୍କ ଆଗମନରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବେ ବେଶ ସରଗରମ। ଓଡ଼ିଶା ଗସ୍ତରେ ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ୧୩ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ…